ଅସଞ୍ଜତ ଅବସ୍ଥାରେ ଦେଖିବାରୁ ସାନ ଭଉଣୀକୁ ମାରିଦେଲେ ପ୍ରେମିକ ଓ ବଡ଼ ଭଉଣୀ

ପାଟନା : ବଡ଼ ଭଉଣୀ ଓ ପ୍ରେମିକ ମିଶି ସାନ ଭଉଣୀକୁ ନିର୍ମମ ଭାବେ ହତ୍ୟାକଲେ। କେବଳ ସେତିକି ନୁହେଁ ମୃତ ଦେହକୁ ୪ଦିନ ବାକ୍ସରେ ରଖିବା ପରେ ଖଣ୍ଡ ଖଣ୍ଡ କରି କାଟି ଏସିଡ୍‌ ପକାଇ ଦେଇଥିଲେ। ଭଉଣୀ ଓ ପ୍ରେମିକଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଦେବାରୁ ୯ ବର୍ଷିୟା ସାନ ଭଉଣୀକୁ ମିଳିଥିଲା ଏପରି ଦଣ୍ଡ।

ଖବର ଅନୁଯାୟୀ ବିହାରର ବୈଶାଳୀ ଜିଲ୍ଲା ଜନ୍ଦାହା ଥାନା ଅନ୍ତର୍ଗତ ହରପ୍ରସାଦ ଗାଁ’ରେ ଏହି ଘଟଣା ଘଟିଛି। ହଠାତ ୯ ବର୍ଷର ଝିଅ କରୀନା ମେ’ ୧୬ ତାରିଖରୁ ନିଖୋଜ ଥିଲା। ୧୯ ମେ’ରେ ଘର ପଛପଟୁ ମିଳିଥିଲା ମୃତଦେହ। ଅତି ନିର୍ଦ୍ଦୟ ଭାବେ କରାଯାଇଥିଲା ହତ୍ୟା। ଆଙ୍ଗୁଠି କାଟି ଦିଆଯିବା ସହିତ ଶବକୁ ପୋଡ଼ିବା ପାଇଁ ପକାଯାଇଥିଲା ଏସିଡ୍। ଝିଅର ବାପା ଜଣେ ଦିନ ମଜୁରିଆ। ସେ କାମ ପାଇଁ ଘରଠାରୁ ଦୁରରେ ରହୁଥିଲେ। ଭାଇ ଭଉଣୀଙ୍କ ସହ ଘରେ ଅନ୍ୟ ରହୁଥିଲା କରୀନା।

ହତ୍ୟାକାଣ୍ଡ ସମ୍ପର୍କରେ ଏସ୍‌ପି ରବି ରଞ୍ଜନ କୁମାର କହିଛନ୍ତି ୧୩ ବର୍ଷିୟ ନାବାଳିକା ଅଭିଯୁକ୍ତର ପାଖ ଗାଁର ଜଣେ ପୁଅ ସହ ପ୍ରେମ ସମ୍ପର୍କ ରହିଥିଲା। ମେ’ ୧୫ ତାରିଖ ରାତିରେ ବଡ଼ ଭଉଣୀ ଓ ପ୍ରେମିକକୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା ସାନ ଭଉଣୀ କରୀନା। ସେଥିପାଇଁ ଉଭୟ କରୀନାକୁ ହତ୍ୟା କରିବା ପରେ ମୃତଦେହକୁ ଏକ ବାକ୍ସରେ ପୁରାଇ ୪ ଦିନ ପର୍ଯ୍ୟନ୍ତ ରଖିଥିଲେ। ଦୁର୍ଗନ୍ଧ ହେବାରୁ ବଡ଼ ଭଉଣୀ-ପ୍ରେମିକ ମିଶି ମୃତଦେହରୁ ଖଣ୍ଡ ଖଣ୍ଡ କରି ଏସିଡ୍‌ ପକାଇ ଘର ପଛପଟେ ଫିଙ୍ଗି ଦେଇଥିଲେ।

ମେ’ ୧୯ ତାରିଖରେ କଥା ଲୋକଲୋଚନାକୁ ଆସିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଫଏସଏଲ ଓ ପୋଲିସ କୁକୁର ମାଧ୍ୟମରେ ଘଟଣାର ତଦନ୍ତ କରିବା ପରେ ସଂପୂର୍ଣ୍ଣ ଘଟଣା ଜଣାପଡିଥିଲା।

Leave a Reply

Your email address will not be published. Required fields are marked *

Back to top button