ଏସୟୁଡି ଲାଇଫ ପ୍ରଚଳନ କରୁଛି ଇ-ୱେଲ୍‍ଥ ରୟାଲ

ମୁମ୍ବଇ : ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ), ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ଏବଂ ଦାଇ-ଇଚି ଲାଇଫର ଏକ ମିଳିତ ଉଦ୍ୟୋଗ ଏସୟୁଡି ଲାଇଫ ଏକ ନୂଆ ଉତ୍ପାଦ ଇ-ୱେଲ୍‍ଥ ରୟାଲକୁ ଚଳିତ ଅକ୍ଟୋବର ୭ ତାରିଖ ଦିନ ଗୋଆରେ ଆୟୋଜିତ ଏକ ଉତ୍ସବରେ ପ୍ରଚଳନ କରିଛି । ଷ୍ଟାର ଦାଇ-ଇଚି ଲାଇଫ ଇନସ୍ୟୁରାନ୍ସ (ଏସୟୁଡି ଲାଇଫ)ର ଏମଡି ଏବଂ ସିଇଓ ଅଭୟ ତିୱାରୀ ଏହି ଉତ୍ପାଦର ଶୁଭାରମ୍ଭ କରାଇଥିଲେ ।

ଇ-ୱେଲ୍‍ଥ ରୟାଲ ଏକ ୟୁନିଟ ଲିଙ୍କଡ ଅଣ ଅଂଶଗ୍ରହଣକାରୀ, ବ୍ୟକ୍ତିଗତ ଜୀବନ ବୀମା ଯୋଜନା ଯାହା ଜଣଙ୍କୁ ତାଙ୍କର ନିଜସ୍ୱ ସର୍ତ୍ତ ମୁତାବକ ସଂପତ୍ତି ସୃଷ୍ଟି ନିମନ୍ତେ ନମନୀୟତା ପସନ୍ଦ କରିବା ସହିତ ଲାଇଫ କଭର ଯୋଗାଇ ଦେଉଛି । ଏହି ଉତ୍ପାଦ ଜଣଙ୍କୁ ଏକ ପ୍ଲାଟିନମ ଅଥବା ପ୍ଲାଟିନମ ପ୍ଲସ ବାଛିବାର ନମନୀୟତା ପ୍ରଦାନ କରୁଛି ଯେଉଁଥିରେ ମୃତ୍ୟୁ, ସମ୍ପୂର୍ଣ୍ଣ ଏବଂ ସ୍ଥାୟୀ ଭାବରେ ଅକ୍ଷମ ହୋଇଯିବା କ୍ଷେତ୍ରରେ ପ୍ରିମିୟମ ଛାଡର ଅନ୍ତଃନିର୍ମିତ ବ୍ୟବସ୍ଥା ରହିଛି । ଏଥିସହିତ ଜଣେ ପରବର୍ତ୍ତୀ ସମୟରେ ପ୍ରିମିୟମ ପୈଠର ଅବଧି (ପିପିଟି) ଏବଂ ପଲିସି ଅବଧି ବୃଦ୍ଧି କରିବାର ଐଛିକ ସୁବିଧା ମଧ୍ୟ ପାଇପାରିବେ । ଉତ୍ପାଦର ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଜଣେ ଚାହିଁଲେ ନମନୀୟ ନିବେଶ କୌଶଳକୁ ବାଛିପାରିବେ । ସେଥିମଧ୍ୟରେ ରହିଛି ଆତ୍ମ ପରିଚାଳିତ ନିବେଶ କୌଶଳ ଏବଂ ବୟସ ଆଧାରିତ ନିବେଶ କୌଶଳ । ପ୍ରଥମଟି କ୍ଷେତ୍ରରେ ଜଣେ ବ୍ୟକ୍ତିଗତ ଆପଦାବଳୀ ସଂଯୁକ୍ତ ନିଜ ପସନ୍ଦ ମୁତାବକ ଫଣ୍ଡ୍‍ ବାଛିପାରିବେ ଏବଂ ଦ୍ୱିତୀୟ କୌଶଳ ବୟସ ଆଧାରରେ କରାଯାଇପାରିବ ଏବଂ ସେଥିରେ ସମୟ ଭିତ୍ତିରେ ପୁନଃ ଭାରସାମ୍ୟ ରଖାଯାଇପାରିବ ।

ବୀମାକୃତଙ୍କ ପାଇଁ ବ୍ଲୁ ଚିପ୍‍ ଇକ୍ୱିଟି, ମିଡ୍‍ କ୍ୟାପ ଇକ୍ୱିଟି, ଡାଇନାମିକ ଗ୍ରୋଥ ପ୍ଲସ, ବାଲାନ୍ସଡ ପ୍ଲସ ଇନକମ, ଗିଲ୍‍ଟ ମନି ମାର୍କେଟ ଫଣ୍ଡ୍‍ ଭଳି ବହୁବିଧ ଫଣ୍ଡ୍‍ର ପସନ୍ଦ ରହିବ । ଏଥିସହିତ ବର୍ଷକୁ ୧୨ଟି ମାଗଣା ପରିବର୍ତ୍ତନର ସୁବିଧା ରହିଛି ଯେଉଁଥିରେ ପରିବର୍ତ୍ତନ ପାଇଁ କୌଣସି କ୍ୟାପିଟାଲ ଗେନ୍ସ ଟିକସ ଲାଗିବ ନାହିଁ । ଏହା ଏହି ଉତ୍ପାଦର ସ୍ୱତନ୍ତ୍ରତା । ଇ-ୱେଲ୍‍ଥ ରୟାଲକୁ ବାସ୍ତବରେ ସମ୍ପତ୍ତି ସୃଷ୍ଟିର ଏକ ଉତ୍ପାଦ ବୋଲି କୁହାଯାଇପାରିବ ଯାହା ବୀମାକୃତ ଓ ତାଙ୍କ ପରିବାର ପାଇଁ ଖୁସି ଆଣିଦେବ । ଏଥିପାଇଁ ସର୍ବନିମ୍ନ ବୀମାକୃତ ରାଶି ୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୫ ଲକ୍ଷ ଟଙ୍କା ରଖାଯାଇଛି । ପ୍ରିମିୟମ ମାସିକ, ତ୍ରୟମାସିକ, ଷଡମାସିକ ଅଥବା ବାର୍ଷିକ ଆକାରରେ ପୈଠ କରାଯାଇପାରିବ । ପ୍ରିମିୟମ ଦେବା ଅବଧି ୫ ବର୍ଷ, ୭ ବର୍ଷ, ୧୦ ବର୍ଷ ଏବଂ ନିୟମିତ ପିପିଟି । ପଲିସି ପରିପକ୍ୱ ହେବା ବୟସ ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୭୫ ବର୍ଷ ରଖାଯାଇଛି । ଏଥିରେ ପଲିସି ଆରମ୍ଭ ହେବାର ଷଷ୍ଠ ବର୍ଷରୁ ଲୟାଲଟି ଯୋଗ ଏବଂ ୧୦ମ ବର୍ଷରୁ ୱେଲ୍‍ଥ ବୁଷ୍ଟର ଭଳି ସ୍ୱତନ୍ତ୍ର ଫାଇଦା ରହିଛି । ତାହାସହିତ ପ୍ରିମିୟମ ଦେୟ ଉପରେ ଆୟକର ଆଇନର ଧାରା ୮୦ସି ଏବଂ ପରିପକ୍ୱ ରାଶି ଉପରେ ଧାରା ୧୦(୧୦ଡି) ଅନୁଯାୟୀ ଛାଡ ମିଳିବ ।

Leave a Reply

Your email address will not be published. Required fields are marked *

Back to top button