ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ

ନୂଆଦିଲ୍ଲୀ : ବିଧାନସଭା ଓ ସଂସଦରେ ମହିଳାଙ୍କ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ‘ନାରୀ ଶକ୍ତି ବନ୍ଦନା ବିଲ୍’ ଲୋକସଭାରେ ଗୃହୀତ ହୋଇଛି। ଏହାକୁ ମିଳିଛି ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ। ଏହି ବିଲ ସପକ୍ଷରେ ୪୫୪ଟି ଓ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା।

ଖବର ଅନୁଯାୟୀ ମଙ୍ଗଳବାର ଆଗତ ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ ପରେ ଭୋଟ ଗ୍ରହଣ କରଯାଇଥିଲା। ଭୋଟ ପରେ ବାଚସ୍ପତି ଓମ ବିରଲା ଫଳାଫଳ ଘୋଷଣା କରିଥିଲେ। ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ନାରୀ ଶକ୍ତି ବନ୍ଦନା ବିଲ୍ ବିଜେପି ଓ ମୋଦୀଜୀଙ୍କ ପାଇଁ ରାଜନୈତିକ ଏଜେଣ୍ଡା ନୁହେଁ। ଗତକାଲିର ଦିନ (ସେପ୍ଟେମ୍ବର ୧୯) ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ମହିଳାଙ୍କୁ ଅଧିକାର ଦେବା ପାଇଁ ଦୀର୍ଘବର୍ଷ ବିଚାରାଧୀନ ଏକ ବିଲ୍ ଗତକାଲି ଗୃହରେ ଆଗତ ହୋଇଥିଲା।

ଓବିସି ସଚିବଙ୍କୁ ନେଇ ରାହୁଲ ଗାନ୍ଧିଙ୍କ ବୟାନ ଉପରେ ଅମିତ ଶାହ କହିଛନ୍ତି କିଛି ଲୋକ ଭାବନ୍ତି ଦେଶ ସଚିବଙ୍କ ଦ୍ୱାରା ପରିଚାଳିତ ହୁଏ। ଯେତେବେଳେ ଆମେ ବିଶ୍ୱାସ କରୁ ଦେଶ ସରକାର ଚଳାଉଛି। ଅମିତ ଶାହ କହିଛନ୍ତି ନିର୍ବାଚନ ପରେ ଉଭୟ ଜନଗଣନା ଓ ସୀମା ନିର୍ଦ୍ଧାରଣ ହେବ। ଖୁବ୍ ଶୀଘ୍ର ସମୟ ଆସିବ ଏକ ତୃତୀୟାଂଶ ମା’ ଓ ଭଉଣୀ ସଂସଦ ଓ ବିଧାନସଭାକୁ ଆସିବେ।

Leave a Reply

Your email address will not be published. Required fields are marked *

Back to top button