୧୯ ବର୍ଷ ପରେ ସ୍ୱାମୀ ଜାଣିଲେ ପତ୍ନୀର କାରନାମା

ଲଣ୍ଡନ : ବିବାହ ପରେ ପତ୍ନୀ ରଖୁଥିଲେ କମ୍ ବୟସର ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ। ପର୍ଣ୍ଣ ସାଇଟ୍ରେ ତିଆରି କରିଥିଲେ ପ୍ରୋଫାଇଲ। ୧୯ ବର୍ଷ ପରେ ପତ୍ନୀର କାରନାମା ସମ୍ପର୍କରେ କାରନାମା ସମ୍ପର୍କରେ ସ୍ୱାମୀ ଏସବୁ ଜାଣିଛନ୍ତି। ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ ଏପରି ଘଟିଛି।
ଖବର ଅନୁଯାୟୀ ନଥିଲା ସ୍ୱାମୀଙ୍କୁ ଏବେ ୫୦ ବର୍ଷ ହୋଇଥିବା ବେଳେ ସ୍ତ୍ରୀର ବୟସ ୪୭। ପର ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ପସନ୍ଦ କରୁଥିବା ସ୍ତ୍ରୀ ବହୁତ ଚତୁର। ତାଙ୍କ କାରନାମା ସମ୍ପର୍କରେ ସ୍ୱାମୀଙ୍କୁ ଟିକିଏ ବି ସୁରାକ ମିଳିନଥିଲା। ଯେଉଁଦିନ ଘରକୁ ଜଣେ ମେକାନିକ୍ ଆସିଥିଲା ସେହିଦିନ ସବୁ କଥା ଜଣାପଡିଲା। ମେକାନିକର ବୟସ ଥିଲା ମହିଳାଙ୍କ ବୟସଠାରୁ କମ। ତାଙ୍କୁ ଦେଖିବା ପରେ ମହିଳା ବାରମ୍ବାର ତାଙ୍କ ପାଖକୁ ଆସିବା ସହ ଚା’ ଜଳଖିଆ ଦେଉଥିଲେ। ଆଉ କଣେଇ କଣେଇ ଚାହିଁବା ସହିତ ହସୁଥିଲେ ମଧ୍ୟ। ଯାହାକୁ ଦେଖି ମେକାନିକ ମଧ୍ୟ ହସୁଥିଲା।
ଏହା ଦେଖିବା ପରେ ମହିଳାର ସ୍ୱାମୀଙ୍କର ହୋଇଥିଲା। ସେ ସ୍ତ୍ରୀର ଟାବଲେଟ୍ ଆଣି ଯାଞ୍ଚ କରିବାରୁ ସନ୍ଦେହ ଉପରୁ ପରଦା ହଟିଥିଲା। ଏପରିକି ୧୯ ବର୍ଷର ବୈବାହିକ ଜୀବନରେ ଯେଉଁ ମିଥ୍ୟାର ସମ୍ପର୍କ ଗଢ଼ିଥିଲା ତାହା ଭାଙ୍ଗିଯାଇଥିଲା। ଟାବଲେଟରେ ମହିଳା ଏକ ଅଶ୍ଳୀଳ ୱେବସାଇଟ୍ରେ ନିଜର ପ୍ରୋଫାଇଲ୍ କରି ୩ ଜଣ ପୁରୁଷଙ୍କ ସହ କଥା ହେଉଥିଲେ। ସେମାନେ ସମସ୍ତେ ମହିଳାଙ୍କଠାରୁ ସାନ ଥିଲେ। ଏହା ଜାଣିବା ପରେ ସ୍ୱାମୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କାରଣ ସେ କେବେ ବି ସ୍ତ୍ରୀକୁ ଭୁଲ ବୁଝିନଥିଲେ। ଏ କଥା ସହଜରେ ଗ୍ରହଣ କରିପାରିନଥିଲେ ମଧ୍ୟ ସତ ଜାଣିବା ପରେ ମାନିନେବାକୁ ହୋଇଛନ୍ତି ବୋଲି ସେ କହିଛନ୍ତି।