ବିଶ୍ୱକପ-୨୦୨୩ : ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଛି।

ରବିବାର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ। ଦଳୀୟ ସ୍କୋର ୩୦ ରନ୍‌ ଥିବାବେଳେ ଗିଲ ମାତ୍ର ୪ ରନ୍‌ କରି ଆଉଟ ହୋଇଯାଇଥିଲେ। ଅଧିନାୟକ ରୋହିତ ଶର୍ମା ୪୭ ରନ କରି ଆଉଟ ହେବା ପରେ ରନ୍‌ର ଗତି ଧୀମେଇ ଯାଇଥିଲା। ତେବେ ବିରାଟ କୋହଲି ଓ କେଏଲ ରାହୁଲ ସ୍କୋରକୁ ଆଗେଇ ନେଇଥିଲେ। ବିରାଟ ୫୪ ଓ ରାହୁଲ ୬୬ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ସଂଗ୍ରହ କରିଥିଲେ ୧୮ ରନ୍‌। ଶେଷ ୱିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ଅଧିନାୟକ ପାଟ୍‌ କମିନ୍ସ ଓ ଜୋସ ହେଜଲଉଡ୍ ୨-୨ଟି ୱିକେଟ ନେଇଥିଲେ। ଗ୍ଲେନ୍‌ ମେକ୍ସୱେଲ ଓ ଆଡାମ ଜାମ୍ପାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button