ମଦ ଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ

ଭୁବନେଶ୍ୱର : ମଦ ଦୁର୍ନୀତି ଓ ଗଚ୍ଛିତ କଳାଟଙ୍କା ବିରୋଧରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବ୍‌ଡିଭିଜନରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି। ଓଡ଼ିଶାର ଖଣି ଓ ଚିଟ୍‌ଫଣ୍ଡ ଟଙ୍କାକୁ ଅଣଓଡ଼ିଆ ବ୍ୟବସାୟୀମାନେ ଲୁଟ୍ କରିବାର ଖବର ଶୁଣିଥିଲେ ଏବେ ଅଣଓଡ଼ିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ ହୋଇଛି। ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ? ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ମଦନୀତି ଯୋଗୁଁ ବିନା ଅପ୍ସନରେ ନିର୍ଦ୍ଦିଷ୍ଟ “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କୁ ୨୩ବର୍ଷ ହେଲା ମଦ ବେପାର ଦେଇଛି ବିଜେଡି ସରକାର ବୋଲି ସ୍ଥାନୀୟ ନେତୃବୃନ୍ଦମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button