ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ନୂଆଦିଲ୍ଲୀ : ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସମାନ ନୀତି ଆପଣାଇବ।

ଖବର ଅନୁଯାୟୀ ସଂସଦରେ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ରହିଛି। ଏହାକୁ ବିଜେଡି ସମର୍ଥନ କରିବନି। କିନ୍ତୁ ଦିଲ୍ଲୀ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଜୁଲାଇ ୨୬ରେ ବିରୋଧୀ ଦଳ ପକ୍ଷରୁ ଗୌରବ ଗୋଗଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଇଣ୍ଡିଆ ମେଣ୍ଟର ସମସ୍ତ ସଦସ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯିବା ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟଙ୍କ ସମର୍ଥନ ମିଳିଛି।

Leave a Reply

Your email address will not be published. Required fields are marked *

Back to top button