ବ୍ୟବସାୟୀ ଦ୍ଵାରା ଅଭିନେତ୍ରୀ ଦୁଷ୍କର୍ମର ଶିକାର

ମୁମ୍ବାଇ : ବ୍ୟବସାୟୀ ଦ୍ଵାରା ଅଭିନେତ୍ରୀ ଦୁଷ୍କର୍ମର ଶିକାର। ପୀଡ଼ିତା ଅଭିନେତ୍ରୀ ମୁମ୍ବାଇର ଏନଏମ ଯୋଶୀ ମାର୍ଗ ଥାନାରେ ବ୍ୟବସାୟୀଙ୍କ ନାମରେ ଅଭି‌ଯୋଗ କରିଛନ୍ତି।

ଖବର ଅନୁଯାୟୀ ପୀଡ଼ିତା ଅଭିଯୋଗ କରିଛନ୍ତି ବ୍ୟବସାୟୀ ଜଣକ ମୋ ସହିତ ପ୍ରଥମେ ବନ୍ଧୁତା କରିଥିଲେ। କିଛିଦିନ କଥା ହେବାପରେ ସେ ମୋତେ ବିବାହ କରି‌ବାକୁ ପ୍ରସ୍ତାବ ଦେଇଥିଲେ। ମୋ ବିନା ସେ ରହି ପାରିବେନି ଓ ମୁଁ ବିବାହ ନକଲେ ଜୀବନ ହାରିଦେବେ ବୋଲି ବାରମ୍ବାର କହୁଥିଲେ। ଆଉ
ବିବାହ ପ୍ରତିଶ୍ରୁତି ଦେଇ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମୋ ସହମତି ବିନା ସେ ମୋ ସହ ଶାରୀରିକ ସମ୍ପର୍କ ରଖୁଥିବାରୁ ମୁଁ ଏହାକୁ ଦୁଷ୍କର୍ମର ନାମ ଦେବି। କାରଣ ମୁଁ ତାଙ୍କୁ ବିବାହ କଥା କହିଲେ ସେ ରାଗି ଯାଆନ୍ତି। ଏମିତିକି ବିବାହ କଥା ଉଠାଇବାରୁ ସେ ମୋ ସହିତ ଏତେଟା ଯୋଗାଯୋଗ ରଖିଲେନି। ସମୟସମୟରେ ମୋତେ ଧମକ ଦେଇ ପାଖକୁ ଡାକି ଦୁଷ୍କର୍ମ କରୁଥିଲେ। ଏ କଥା ପୋଲିସକୁ କହିଲେ ମୋ କ୍ୟାରିୟର ନଷ୍ଟ କରିଦେବେ ବୋଲି ଧମକ ଦେଉଥିଲେ।’

ଅନ୍ୟପକ୍ଷରେ ପୋଲିସ କହିଛି ଅଭିଯୋଗର ତଦନ୍ତ କରାଯାଉଛି। ବ୍ୟବସାୟୀ ଦୋଷୀ ସାବ୍ୟସ୍ତ ହେଲେ ଗିରଫ କରାଯିବ। ଅଭିନେତ୍ରୀଙ୍କ ନାମ ଗୋପନ ରଖାଯାଇଛି। ତଦନ୍ତ ଶେଷରେ ବ୍ୟବସାୟୀଙ୍କ ନାମ ସର୍ବସାଧାରଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button