ଭଟ୍ଟାରିକା ମନ୍ଦିର ପ୍ରାଙ୍ଗଣରେ ୪ ଫୁଟ୍‌ର ବନ୍ୟାପାଣି, ପୀଠରେ ୧୪୪ ଲାଗୁ

କଟକ : ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ମହାନଦୀର ପ୍ରଥମ ବନ୍ୟା ଜଳ ବୁଧବାର ପ୍ରବେଶ କରିଥିଲା। ପାଣିର ସ୍ଥିତିକୁ ଅନୁଧ୍ୟାନ କରି ମା’ଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ରତ୍ନଗିରି ପାହାଡକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମା’ଙ୍କ ନୀତିକାନ୍ତି ପୂଜାବିଧି ସଠିକ୍ ଭାବରେ ହେଉଛି। କିନ୍ତୁ ଆଜି ମା’ଙ୍କ ମନ୍ଦିର ଭିତରେ ୪ ଫୁଟ୍‌ରୁ ଅଧିକ ପାଣି ପ୍ରଭାବିତ ହେଉଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଦେବୋତ୍ତର ଅଧିକାରୀ ନୀଳକଣ୍ଠ ବେହେରା ଗୁରୁବାର ମା’ ଭଟ୍ଟାରିକା ପୀଠ ଓ ଗୋପୀନାଥପୁର ବାବା ସିଂହନାଥ ପୀଠକୁ ୧୪୪ ଧାରା ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି। ଏହାଛଡା ୨ଟି ପୀଠରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ମହାନଦୀରେ ନ ଗାଧେଇବାକୁ ତହସିଲଦାର ସ୍ଥାନୀୟ‌ ଲୋକଙ୍କୁ ତାଗିତ କରିଛନ୍ତି। ଭଟ୍ଟାରିକା ପୀଠର ଭଜନ ମଣ୍ଡପ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ମା’ଙ୍କ ପୀଠର ସିଂହଦ୍ଵାର ପର୍ଯ୍ୟନ୍ତ ରାସ୍ତାରେ ୨ ଫୁଟ୍‌ର ପାଣି ସହ ଖେଳ ପଡିଆ ବୁଡି ଯାଇଛି। ରତାପାଟ ଠାରୁ ବଙ୍ଗେରିସିଂହା ପର୍ଯ୍ୟନ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଗୋବର୍ଦ୍ଧନପୁର ଉପ୍ରା ବିଦ୍ୟାଳୟରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟାଯୋଗୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button