୩ ମହିଳାଙ୍କୁ ଗଣଦୁଷ୍କର୍ମ : ଜଣଙ୍କର ମୃତ୍ୟୁ

ପାନିପଥ : ହରିୟାଣାର ପାନିପଥରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଗୋଟିଏ ପରିବାରର ୩ଜଣ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜଣେ ପୀଡ଼ିତା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଦୁଷ୍କର୍ମର ଶିକାର ହୋଇଥିବା ମହିଳାମାନେ ଅତ୍ୟନ୍ତ ଗରିବ ପରିବାରର। ସେମାନେ ଶ୍ରମିକ ଶ୍ରେଣୀର। ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ରାତି ପ୍ରୟ ଗୋଟାଏ ସମୟରେ କିଛି ଦୁଷ୍କର୍ମକାରୀ ଏପରି କରିଛନ୍ତି। ସେମାନେ ଘର ଭିତରେ ପଶିବା ସହ ବନ୍ଧୁକ ମୁନରେ ଡରାଇ ପରିବାରର ସଦସ୍ୟମାନଙ୍କୁ ଅଟକାଇବା ପରେ ୩ଜଣ ମହିଳାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେମାନଙ୍କୁ ଡରାଇ ତାଙ୍କ ଦେହରୁ ଗହଣା ଖୋଲି ନେଇଥିଲେ। ଯାହାର ଦାମ୍‌ ୧୩ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ଶିକାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି। ରୁଜୁ ହୋଇଛି ମାମଲା। ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପୀଡ଼ିତାମାନଙ୍କ ପରିବାରକୁ ଭେଟି ପଚରାଉଚରା କରିଛନ୍ତି। ଦୁଇ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *

Back to top button