ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଛତିଶଗଡ଼ରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନାକୁ ବୃଦ୍ଧି କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଉଛନ୍ତି। ଆପଣମାନଙ୍କର ଭଲପାଇବା ଓ ଆଶୀର୍ବାଦ ମୋତେ ସର୍ବଦା ପବିତ୍ର ନିଷ୍ପତ୍ତି ନେବାକୁ ଶକ୍ତି ଦେଇଥାଏ। ପ୍ରଧାନମନ୍ତ୍ରୀ କହିଲେ କଂଗ୍ରେସ ଆତ୍ମନିର୍ଭରଶୀଳ ଓ ଆତ୍ମବିଶ୍ୱାସୀ ଗରିବଙ୍କୁ ଘୃଣା କରେ। ଦଳ ସବୁବେଳେ ଚାହେଁ ଗରିବମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୁଅନ୍ତୁ ଓ ଗୁହାରି କରନ୍ତୁ। ଗରିବଙ୍କୁ ଗରିବ କରି ରଖିବାକୁ ଦଳ ଚାହୁଁଛି। ତେଣୁ ଗରିବଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଠାରେ କଂଗ୍ରେସ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଉଛି। ଆପଣ ଗତ ପାଞ୍ଚ ବର୍ଷ ଧରି କଂଗ୍ରେସ ଦ୍ୱାରା ହୋଇଥିବା ଅନ୍ୟାୟ ଓ ଦୁର୍ନୀତିକୁ ସହ୍ୟ କରିଛନ୍ତି। ମୋତେ ବିଶ୍ୱାସ କରନ୍ତୁ ମାତ୍ର ୩୦ ଦିନ ବାକି ଅଛି। ଏହା ପରେ ଆପଣ ଏହି ସମସ୍ୟାରୁ ମୁକ୍ତ ହେବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button