ଲୋକଙ୍କ ସମସ୍ୟା ବୁଝିବାରେ ମୁଖ୍ୟମନ୍ତ୍ରୀ ଅକ୍ଷମ : ମନୋଜ ମହାପାତ୍ର

ଭୁବନେଶ୍ୱର : ରାଜ୍ୟରେ ବିଜେଡିର ୨୩ ବର୍ଷ ଶାସନରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ବିଜୁଳି ପରେ ଦେଖାଦେଇଛି ପାଣି ସମସ୍ୟା। ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।

ଖବର ଅନୁଯାୟୀ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଏସ୍‌ସିବିର ଦୁଇଦିନ ହେଲା ମେଡିସିନ, ନିଦାନ ଓ ପୋଷ୍ଟମଂଟମ ବିଭାଗରେ ବିଦ୍ୟୁତ ନାହିଁ। ଗତକାଲିଠୁଁ ପାଣି ସମସ୍ୟା ସୃଷ୍ଟି ହୋଇଛି। ଏପରି ଅବ୍ୟବସ୍ଥା ପାଇଁ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ ଶକ୍ତିମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ଏଭଳି ଦୟନୀୟ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଜବାବ୍ ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button