ପ୍ରମିଳା ମଲ୍ଲିକ ହେଲେ ନୂଆ ବାଚସ୍ପତି

ଭୁବନେଶ୍ଵର : ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ବାଚସ୍ପତି। ସର୍ବ ସମ୍ମତିକ୍ରମେ ତାଙ୍କୁ ବାଚସ୍ପତି ଭାବେ ଚୟନ କରଯାଇଥିବାରୁ ସେ ଆଜି ବିଧିବଦ୍ଧ ଭାବେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ମଲ୍ଲିକଙ୍କ ନାଁ ପ୍ରସ୍ତାବ ରଖିଥିଲୋ ଏହାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଥିଲୋ ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି। ଏହାଛଡା ଦଳ ଓ ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button