ଶିଷ୍ୟର ବ୍ଲାକ ମେଲିଂ ଧମକ ମହନ୍ତଙ୍କ ଆତ୍ମହତ୍ୟାର କାରଣ
ପ୍ରୟାଗରାଜ : ଶିଷ୍ୟ ଆନନ୍ଦ ଗିରିଙ୍କ ବ୍ଲାକ ମେଲିଂ ଧମକ ପାଇଁ ପ୍ରୟାଗରାଜ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ମୃତ୍ୟୁ ପୂର୍ବରୁ ଲେଖା ଯାଇଥିବା ସୁଇସାଇଡାଲ ନୋଟ୍ରୁ ଏହି ତଥ୍ୟ ମିଳିଛି।
ଅଖିଳ ପରିଷଦ ଆଖଡ଼ା ପରିଷଦ ଲେଟର ପ୍ୟାଡ୍ରେ ଲେଖାଯାଇଥିବା ଏକ ଚିଠିକୁ ପୋଲିସ ଜବତ କରିଛି। ସେଥିରେ ମହନ୍ତ ନରେନ୍ଦ୍ର ଗିରି ଲେଖିଛନ୍ତି ତାଙ୍କ ଫଟୋକୁ ମହିଳାଙ୍କ ସହ ଯୋଡ଼ି ବଦନାମ କରିବା ଏବଂ ଫଟୋକୁ ଭାଇରାଲ କରିବା ପାଇଁ ଆନନ୍ଦ ଧମକ ଦେଇଥିଲେ। ନରେନ୍ଦ୍ର ଆହୁରି ଲେଖିଛନ୍ତି ଏ ପ୍ରକାର ଧମକ ମୋତେ ଖୁବ୍ ବାଧିଥିଲା। ଥରେ ଆତ୍ମସମ୍ମାନ ଚାଲିଗଲେ ମୋତେ କେତେ ସ୍ପଷ୍ଠୀକରଣ ଦେବାକୁ ପଡ଼ିଥାନ୍ତା। ତେଣୁ ସେପ୍ଟେମ୍ବର ୧୩ରେ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ସାହସ ଜୁଟାଇ ପାରି ନଥିଲି ବୋଲି ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କର ଝୁଲନ୍ତା ମୃତ ଦେହ ଗତକାଲି ମିଳିଥିଲା। ସୋମବାର ତାଙ୍କୁ ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନମିଳିବାରୁ ଶେଷରେ କବଟା ଭଙ୍ଗାଯାଇଥିଲା। ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ ଓ ସୁଇସାଇଟ ନୋଟ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ସହ ସୁସାଇଡ ନୋଟକୁ ଯାଞ୍ଚ କରୁଥିବା ବେଳେ ୪ ଜଣଙ୍କ ବ୍ୟତୀତ ଆଉ ୪ ଜଣଙ୍କର ଲାଇ ଡିଟେକ୍ଟର ଟେଷ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।



























