ଚାଣକ୍ୟ ନୀତି : ସ୍ଵାମୀ ଅଇଁଠା ସ୍ତ୍ରୀ ଖାଇଲେ କଣ ହୁଏ ?

ଆମ ଗୁରୁଜନ ମାନେ କୁହନ୍ତି ମଣିଷକୁ ଶହେ କାର୍ଯ୍ୟ ଛାଡି ପ୍ରଥମେ ଶୟନ କରିବା ଉଚିତ ଓ ହଜାରେ କାର୍ଯ୍ୟ ଥିଲେ ବି ପ୍ରଥମେ ଭୋଜନ କରିବା ଉଚିତ । ଶାସ୍ତ୍ରରେ କିଛି ଏଭଳି ନିୟମ ରହିଛି ଯାହା ପ୍ରତ୍ଯେକ ମନୁଷ୍ୟ ପାଳନ କରିବା ଉଚିତ । ଶାସ୍ତ୍ରରେ ଉଲ୍ଲେଖ ନିୟମ ପାଳନା ନକଲେ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଉପୁଜି ପାରେ । ଯାହା ଆପଣଙ୍କୁ ଆଭାସ ମଧ୍ୟ ହେବନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି କେଉଁ ନିୟମ ସବୁ ରହିଛି ଯାହା ପ୍ରତ୍ଯେକ ମନୁଷ୍ୟ ପାଳନ କରିବା ଉଚିତ । ହିନ୍ଦୁ ଧର୍ମ ଅନୁସାରେ ଭୋଜନ କରିବା ପୂର୍ବରୁ ଦୁଇ ହାତ, ଦୁଇ ଗୋଡ ଓ ମୁହଁ ଭଲଭାବେ ଧୋଇ ଭୋଜନ କରିବା ଉଚିତ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଗୋଡ ଓଦା କରି ଭୋଜନ କରୁଥିବା ମନୁଷ୍ୟ ଦୀର୍ଘ ଆୟୁ ପ୍ରାପ୍ତ ହୋଇଥାଏ । ପ୍ରତ୍ଯେକ ମନୁଷ୍ୟଙ୍କୁ ଦୁଇ ଥର ଭୋଜନ କରିବାର ବିଧାନ ରହିଛି । ସକାଳେ ଏବଂ ସନ୍ଧ୍ୟାରେ । ଏହା ମଧ୍ୟରେ ଭୋଜନ କରିବା ବିଧି ଶାସ୍ତ୍ରରେ ନାହିଁ । ଏହି ନିୟମ ପାଳନ କରୁଥିବା ବ୍ୟକ୍ତିକୁ ଉପବାସ କରିବାର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ ।

ପୂର୍ବ ଦିଗକୁ ମୁଖ କରି ଭୋଜନ କଲେ ଆୟୁ ବୃଦ୍ଧି ହୁଏ । ପଶ୍ଚିମ ଆଡକୁ ମୁଖ କରି ଭୋଜନ କଲେ ମନୁଷ୍ୟ ରୋଗରେ ପଡିଥାଏ । କିନ୍ତୁ ଉତ୍ତର ଦିଗକୁ ମୁଖ କରି ଭୋଜନ କଲେ ଆୟୁ ଏବଂ ଧନ ଉଭୟ ବୃଦ୍ଧି ହୋଇଥାଏ । ନିୟମ ଅନୁସାରେ ଭୋଜନ କଲେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ଯା ଆସିବ ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି କେବେ ମଧ୍ୟ ଅନ୍ୟର ଅଇଁଠା ଖାଦ୍ୟ ଭୋଜନ କରିବା ଉଚିତ ନୁହେଁ । ଏହାକୁ ଶାସ୍ତ୍ରରେ ବିଲକୁଲ ନିଷେଧ କରାଯାଇଛି ।

ସ୍ଵାମୀ ଛାଡିଥିବା ଖାଦ୍ୟ ସ୍ତ୍ରୀ ଖାଉଥିବାର ଆମେ ଦେଖିବାକୁ ପାଇଥାଉ ଓ ଭାବିଥାଉ କି ଅଇଁଠା ଖାଇବା ଦ୍ଵାରା ପ୍ରେମ ବଢେ । କିନ୍ତୁ ଏହି ସବୁ କଥା କେବଳ ଲୋକଙ୍କୁ ଭୁଲାଇବା ପାଇଁ ଅଟେ । ଶାସ୍ତ୍ର ଅନୁସାରେ କାହାର ଅଇଁଠା ଖାଇବା ଅନୁଚିତ ଅଟେ । ପତି-ପତ୍ନୀ କେବେ ମଧ୍ୟ ଏକାଠି ଗୋଟିଏ ଥାଳିରେ ଭୋଜନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ବାସ କରିଥାଏ । ସେଥିପାଇଁ ସର୍ବଦା ଶାସ୍ତ୍ର ଅନୁସାରେ ଭୋଜନ କରିବା ଉଚିତ । କାରଣ ଶାସ୍ତ୍ର ଅନୁସାରେ ଜୀବନ କାଟିଲେ ନିଶ୍ଚିତ ଭାବେ ଆପଣଙ୍କ ଜୀବନରେ କୌଣସି ସମସ୍ଯା ଆସିବ ନାହିଁ । ନଚେତ ଶାସ୍ତ୍ରକୁ ଅମାନ୍ଯ କରିବାର ମନ୍ଦ ପରିଣାମ ଭୋଗିବାକୁ ପଡିପାରେ । 

Leave a Reply

Your email address will not be published. Required fields are marked *

Back to top button