ଅନ୍‌ଲାଇନ୍‌ ଖାଦ୍ୟ ମହଙ୍ଗା ହେବ

ନୂଆଦିଲ୍ଲୀ : ଅନ୍‌ଲାଇନ୍ ଫୁଡ୍‌ ଡେଲିଭାରୀ ପ୍ଲାଟଫର୍ମ ସ୍ୱିଗି ଓ ଜୋମାଟୋ ଭଳି ଇ-କମର୍ସ ସଂସ୍ଥାରୁ ଖାଦ୍ୟ ଅର୍ଡର ଏଣିକି ମହଙ୍ଗା ହେବ। ଶୁକ୍ରବାର ଜିଏସ୍‌ଟି କାଉଂସିଲ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ ଏବେ ୫ ପ୍ରତିଶତ ଜିଏସ୍‌ଟି ପରିସର ଭୁକ୍ତ ହୋଇଛି।

ସ୍ଵିଗି ଓ ଜୋମାଟା ପରି ଇ-କମର୍ସ ସଂସ୍ଥାକୁ ଖାଦ୍ୟ ଯୋଗାଉଥିବା ରେସ୍ତୋରାଁର ସର୍ଭିସ ଉପରେ ଜିଏସଟି ପୈଠ କରିବ। ଏ ପର୍ଯ୍ୟନ୍ତ ରେସ୍ତୋରାଁ ଦ୍ଵାରା ଇ-ଟ୍ୟାକ୍ସ ପୈଠ କରାଯାଉଥିଲା। ଏଥିରେ ଫୁଡ୍ ଡେଲିଭରି ଆପ୍‌ର କୌଣସି ସଂପର୍କ ନଥିଲା। ମାତ୍ର ଏବେ ଜୋମାଟୋ ଓ ସ୍ଵିଗି ପରି ଏଗ୍ରିଗେଟର ଏହି ଟ୍ୟାକ୍ସ ପୈଠ କରିବେ। ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ଆଦାୟ କରାଯାଇପାରେ। ହେଲେ ବିଶେଷଜ୍ଞଙ୍କ କହିବା କଥା ଏହା କୌଣସି ଅତିରିକ୍ତ ଟ୍ୟାକ୍ସ ନୁହେଁ। ଫୁଡ୍ ଡେଲିଭରି ଆପ୍ସ ଗ୍ରାହକଙ୍କ ଉପରେ ଏହି ବୋଝ ଲଦିବା ବଦଳରେ ନିଜେ ଏହା ବହନ କରିବ ବୋଲି ଆଶା କରାଯାଇଛି।

ଏହି ପଦେକ୍ଷପ ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ତେବେ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ। କାରଣ କୌଣସି ନୂତନ ଟ୍ୟାକ୍ସ ପ୍ରସ୍ତାବ ଦିଆଯାଇନି କିମ୍ବା ଯୋଡା ଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button