ଗୁରୁବାରରୁ ଚାଲିବ ହାୱଡ଼ା-ପୁରୀ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’

ଭୁବନେଶ୍ଵର : ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଆସନ୍ତାକାଲିଠାରୁ ଚଳାଚଳ କରିବ।
ଭର୍ଚୁଆଲ ମୋଡରେ ଏହି ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାରକୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ସବୁଦିନ ଚଳାଚଳ କରିବ। ପୁରୀରୁ ଏହି ଟ୍ରେନ୍ ଦିନ ଗୋଟାଏ ୫୦ରେ ଛାଡ଼ିବ ଓ ସେହିଦିନ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ପୁରୀରୁ ଟ୍ରେନ୍ ଛାଡ଼ିଲେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ୱର ଓ ଖଡ଼ଗପୁର ଷ୍ଟେସନରେ ରହିବ। ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍। ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଚାଲିବ।

Leave a Reply

Your email address will not be published. Required fields are marked *

Back to top button