ସିପିଆଇ(ଏମ) ନେତା ସୁଭାଷ ମୁଣ୍ଡାଙ୍କୁ ହତ୍ୟା

ରାଞ୍ଚି : ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରେ ସିପିଆଇ(ଏମ୍) ନେତା ସୁଭାଷ ମୁଣ୍ଡା କାର୍ୟ୍ୟାଳୟରେ ବସିଥିବା ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚଳାଇଥିବା ରାଞ୍ଚିର ଗ୍ରାମାଞ୍ଚଳ ଏସପି ନୌଶାଦ ଆଲାମ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ସୁଭାଷ ମୁଣ୍ଡାଙ୍କୁ ତାଙ୍କ କାର୍ୟ୍ୟାଳୟରେ ବାଇକ୍ ଆରୋହୀମାନେ ଗୁଳି କରିଥିଲେ। ଏହି ଘଟଣା ପରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ରାଜ୍ୟ ସରକାର ଓ ପୋଲିସକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ଗୋଟିଏ ପଟେ ଆଇନ ଶୃଙ୍ଖଳା ଫେରାଇ ଆଣିବା ପାଇଁ ପୋଲିସ ଅଧିକାରୀଙ୍କୁ ଚେତାବନୀ ଦେଉଥିବା ବେଳେ ଅନ୍ୟପଟେ ରାଜଧାନୀ ରାଞ୍ଚିରେ କମ୍ୟୁନିଷ୍ଟ ପାର୍ଟି ତରଫରୁ ନିର୍ବାଚନ ଲଢ଼ିଥିବା ସୁଭାଷ ମୁଣ୍ଡାଙ୍କୁ ଅପରାଧୀମାନେ ଗୁଳି କରି ହତ୍ୟା କରୁଛନ୍ତି। ସେ କହିଛନ୍ତି ରାଜଧାନୀ ରାଞ୍ଚି ଓ ସମଗ୍ର ଝାଡ଼ଖଣ୍ଡର ଆଇନ ଶୃଙ୍ଖଳାର ଏହା ବାସ୍ତବତା। ଲାଞ୍ଚ ନେଉଥିବା ପୋଲିସ ଅଧିକାରୀଙ୍କ ସ୍ଥାନରେ କର୍ମଠ ଅଧିକାରୀଙ୍କୁ ନିଯୁକ୍ତି ନଦେଲେ ଆଇନଶୃଙ୍ଖଳାରେ ସୁଧାର ଆସିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button