ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ

ଭବାନିପାଟଣା : କଳାହାଣ୍ଡିର କୋଟାଗାଁ ମଣ୍ଡିରେ ଧାନକିଣିବା ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ଦେବା ଦାବିରେ ଚାଷୀଆନ୍ଦୋଳନକୁ ଓହ୍ଲାଇଛନ୍ତି। ତହସିଲ ଅଫିସରେ ତାଲା ପକାଇ ସେମାନେ ଅଫିସ ଆଗରେ ଧାରଣା ଦେଇଛନ୍ତି।
ଖବର ଅନୁଯାୟୀ ତହସିଲଦାର ଦୀର୍ଘ ସମୟ ଅଫିସ ଭିତରେ ଅଟକି ରହିବାରୁ ଚାଷୀଙ୍କୁ ବୁଝାସୁଝା କରିବାକୁ ସ୍ଥାନୀୟ ଆଇଆଇସି ଯାଇଥିଲେ। ଚାଷୀମାନେ ତାଙ୍କୁ ଅଟକ ରଖିବା ସହିତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଚାଷୀଙ୍କ କଥା ନଶୁଣିବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଣ ସ୍ୱଂୟ ସହାୟକ ଗୋଷ୍ଠୀ ଧାନକିଣା ଦାୟିତ୍ୱ ସଠିକ ଭାବେ ତୁଲାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।