ଗଞ୍ଜେଇ ଯୋଗାଡ଼ କରିବାକୁ ଆର୍‌ୟନ୍‌ଙ୍କୁ ମଜାରେ କହିଥିଲି : ଅନନ୍ୟା

ମୁମ୍ବାଇ : ଆର୍‌ୟନ୍‌ଙ୍କ ପାଇଁ ଗଞ୍ଜେଇ ଯୋଗାଡ଼ କରିବା ପାଇଁ ମଜାରେ କହିଥିଲି। ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ କରିଥିବା ପଚରାଉଚରା ବେଳେ ଏହା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ।

ଖବର ଅନୁଯାୟୀ ଆର୍‌ୟନଙ୍କ ସହିତ ଆଲୋଚନା ବେଳେ ଅନନ୍ୟାଙ୍କୁ ଗଞ୍ଜେଇ କଥା କହିଥିଲେ। କେଉଁଠୁ ଗଞ୍ଜେଇ ଯୋଗାଡ଼ କରି ହେବ ବୋଲି ଆର୍‌ୟନ୍‌ ପଚାରିଥିଲେ। ମୁଁ ଯୋଗାଡ଼ କରିଦେବି ବୋଲି କହିଥିବା ଅନ୍ୟନ୍ୟା ଏନ୍‌ସିବିକୁ କହିଛନ୍ତି। ଗୁରୁବାର ପଚରାଉଚରା ବେଳେ ଏନ୍‌ସିବି ଅନନ୍ୟା ପାଣ୍ଡେଙ୍କୁ ଏହି ଚ୍ୟାଟ୍‌ ଦେଖାଇବାରୁ ସେ କହିଲେ ମୁଁ ମଜା କରୁଥିଲି।

ଗୁରୁବାର ଏନ୍‌ସିବି ଅଧିକାରୀ ମୁମ୍ବାଇସ୍ଥିତ ଅନନ୍ୟା ପାଣ୍ଡେ ଓ ଚଙ୍କି ପାଣ୍ଡେଙ୍କ ଘରେ ପହଞ୍ଚି ପଚରାଉଚରା ପାଇଁ ଡାକିଥିଲେ। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ତଦନ୍ତ ଚାଲିଥିଲା। ଆଜି ତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button