ଟମୋଟା ଆହୁରି ଦୁଇମାସ ମହଙ୍ଗା

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ଟମୋଟା କିଲୋପିଛା ମୂଲ୍ୟ ୨୫୦ ଟଙ୍କା ଟପିଲାଣି। ନୂଆ ଫସନ ନ ଆସିବା ପର୍ଯ୍ୟନ୍ତ ଟମାଟୋ ମହଙ୍ଗା ରହିବ।

ଖବର ଅନୁଯାୟୀ ନ୍ୟାସନାଲ କମୋଡିଟିଜ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ଲିମିଟେଡ୍ ପରିଚାଳନା ନିର୍ଦେଶକ ସଞ୍ଜୟ ଗୁପ୍ତା କହିଛନ୍ତି ଅତ୍ୟଧିକ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି। ଯାହାଫଳରେ ବଜାରରେ ଯୋଗାଣର ଅଭାବ ଦେଖାଦେଇଛି। କେତେକ ଟମାଟୋ ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ତେଣୁ ନୂଆ ଫସନ ନ ଆସିବା ପର୍ଯ୍ୟନ୍ତ ବଜାରରେ ଟମାଟୋ ମହଙ୍ଗା ରହିବ। ବଜାରକୁ ନୂଆ ଫସଲ ଆସିବାକୁ ଆହୁରି ଦେଢରୁ ଦୁଇମାସ ସମୟ ଲାଗିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button