ଅଟୋ ଚାଳକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର୍

କଟକ : ଚଣ୍ଡୀମନ୍ଦିର ସାମନାରେ ହତ୍ୟାକାଣ୍ଡ ଘଟିଛି। ବ୍ୟବସାୟକୁ କେନ୍ଦ୍ରକରି ଜଣେ ଅଟୋ ଚାଳକ ଅନ୍ୟ ଜଣେ ଚାଳକଙ୍କୁ ଲୁହା ବ୍ୟାରିକେଡରେ ଛେଚି ଛେଚି ହତ୍ୟା କରିଛି। ମୃତକ ଜଣକ ହେଲେ ସତୀଚଉରା ଇଦ୍‌ଘା କଲୋନିର ମହମ୍ମଦ ରୋସନ୍।

ଖବର ଅନୁଯାୟୀ ସତୀଚଉରା ଇଦଘା କଲୋନୀର ରୋସନ୍ ଚଣ୍ଡୀମନ୍ଦିର ନିକଟରେ ଅଟୋ ଚଳାନ୍ତି। ସେଠାରେ ଖଟବିନ୍ ସାହିର ସରିଫ୍ ଖାଁ ମଧ୍ୟ ଅଟୋ ଚଳାଏ। ଏ ଦୁଇଜଣ ବିଭିନ୍ନ ସମୟରେ ଯାତ୍ରୀଙ୍କୁ ନେବାକୁ କେନ୍ଦ୍ରକରି ମୁହାଁମୁହିଁ ହେଉଥିଲେ। ଗୁରୁବାର ସକାଳେ ବକ୍ସିବଜାର ଛକ ନିକଟରେ ଉଭୟ ପିଟାପିଟି ହୋଇଥିଲେ। ଅପରାହ୍ନରେ ପୁଣି ରୋସନ୍ ଓ ସରିଫ୍ ଚଣ୍ଡୀ ମନ୍ଦିର ନିକଟରେ ହାତାହାତି ହୋଇଥିଲେ। ସରିଫ ପୋଲିସ ବ୍ୟାରିକେଡ ନିକଟକୁ ରୋସନକୁ ଟାଣି ନେଇ ଲୁହା ବ୍ୟାରିକେଡରେ ରୋସନଙ୍କ ମୁଣ୍ଡକୁ ଛେଚିଥିଲା। ତାଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ଅଟୋରେ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ। ଲାଲବାଗ ଥାନା ପୋଲିସ ରୋସନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ହତ୍ୟାକାରୀ ସରିଫ ଅଟୋ ସହିତ ଫେରାର ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button