ଆନନ୍ଦପୁର ପ୍ରେସପରିଷଦ ପକ୍ଷରୁ ବୃକ୍ଷରୋପଣ

ଘଷିପୁରା : ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ସୋମବାର ପଦ୍ମପୁରସ୍ଥିତ ଶାନ୍ତି ଆଶ୍ରମ ପରିସରରେ ଏକ ଗୁରୁତ୍ପୂର୍ଣ୍ଣ ବୈଠକ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରେସ ପରିଷଦର ସଭାପତି ନିରାକାର ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ ଓ ସମାଜ ସେବୀ ବିଶ୍ଵନାଥ ପ୍ରତାପ ଜେନା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ରମାକାନ୍ତ ନାୟକ, ଘସିପୁରା ଥାନା ଅଧିକାରୀ ବିକ୍ରିମ ଭୂୟାଁ, ଆନନ୍ଦପୁର ଅତିରିକ୍ତ ଉପଜିଲାପାଳ ପ୍ରଦୀପ କୁମାର ପାଢୀ, ଆନନ୍ଦପୁର ଓକିଲ ସଂଘ ସଭାପତି ଦୟାନିଧି ଦାଶ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ଆଉ କହିଥିଲେ ସାମ୍ବାଦିକ ମାନଙ୍କର କଲମ ସତ୍ୟ ଧର୍ମ ନ୍ୟାୟ ବଳରେ ତିଷ୍ଠି ରହିବ।

ଏହି ଅବସରରେ। ପ୍ରେସ ପରିଷଦର ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପକୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ପରିଷଦର ସଂପାଦକ ହରେକୃଷ୍ଣ ପାତ୍ର ବିଭିନ୍ନ ଜନହିତକର କାମ କରିବପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିଲେ। କୋଷାଧ୍ୟକ୍ଷ ଗଣେଶ୍ୱର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରେସ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରେସ ପରିଷଦର ସାଙ୍ଗଠନିକ ଓ ଆଗାମୀ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଆସନ୍ତା ଗାନ୍ଧି ଜୟନ୍ତୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଚଳିତ ବର୍ଷଡିସେମ୍ବର ମାସରେ ପ୍ରେସ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବ କରାଯିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ପ୍ରେସ ପରିଷଦର ସହ ସଂପାଦକ ରତିକାନ୍ତ ସାହୁ, ମନ ମୋହନ ନାୟକ ,ସୋମନାଥ ମିଶ୍ର, ରଣଜିତ ରଣା। ନିର୍ମଳ ରାଉଳ, ବରିଷ୍ଠ ସାମ୍ବାଦିକ ଗଦାଧର ମିଶ୍ର, ଜିତେନ୍ଦ୍ର ସାହୁ, ମକରଧ୍ଵଜ ସାହୁ ,ପଫୁଲ ମହାନ୍ତି, ଗଣେଶ୍ଵର ମହାନ୍ତି, ଗଣେଶ୍ଵର ସା, ଶ୍ରୀନିବାସ ମିଶ୍ର, ଭରତ ବେହେରା, ସୁଭାଶିଷ ପାଢୀ, ହରେକୃଷ୍ଣ ପାତ୍ର, ସତ୍ୟାନନ୍ଦ ମିଶ୍ର, ଅଭିମନ୍ୟୁ ଜେନା ପ୍ରମୁଖ  ସଦସ୍ୟ ଯୋଗଦେଇଥିବା ବେଳେ ଶେଷରେ ଶାନ୍ତି ମାତା ଶାନ୍ତି ପାଠ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button