ଜାନୁଆରି ଶେଷ ସପ୍ତାହରେ ପାକିସ୍ତାନ ନିର୍ବାଚନ

ଇସ୍ଲାମାବାଦ : ଆସନ୍ତା ୨୦୨୪ ଜାନୁଆରି ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ପାକ ନିର୍ବାଚନ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ପାକ ଆୟୋଗ ବିଜ୍ଞପ୍ତି ଜାରି କରି କହିଛନ୍ତି ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି। ସେପ୍ଟେମ୍ବର ୨୭ରେ ସୀମା ନିର୍ଦ୍ଧାରଣ ହୋଇଥିବା ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇବ। ଏହି ତାଲିକା ଆଧାରରେ ଆପତ୍ତି ଓ ପରାମର୍ଶକୁ ବିଚାରକୁ ନେଇ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହିତ ଜାନୁଆରି ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *

Back to top button