ଜ୍ଞାନବାପି ମସଜିଦ ପରିସର ଶିବଲିଙ୍ଗର ବୈଜ୍ଞାନିକ ସର୍ଭେ ସ୍ଥଗିତ

ନୂଆଦିଲ୍ଲୀ : ବାରାଣସୀ ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ଭେକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି।

ଖବର ଅନୁଯାୟୀ ଉତ୍ତରପ୍ରଦେସ ବାରାଣସୀର ଜ୍ଞାନବାପି ମସଜିଦର ବୈଜ୍ଞାନିକ ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ। ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ହୋଇଛି। ପ୍ରଧାନବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମସଜିଦର ବୈଜ୍ଞାନିକ ସର୍ଭେ ଓ ଏହା ପରିସରସ୍ଥ ଶିବଲିଙ୍ଗର ସମୟ ନିର୍ଦ୍ଧାରଣ ଲାଗି ହେବାକୁ ଥିବା କାର୍ବନ୍ ଡେଟିଂ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଥିଲେ। କୋର୍ଟ କହିଥିଲେ ଏଏସ୍ଆଇକୁ ଶିବଲିଙ୍ଗକୁ କ୍ଷତି ନପହଞ୍ଚାଇ ଏହି ସର୍ଭେ କରିବାକୁ ପଡ଼ିବ। ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଯାହାକୁ ଶିବଲିଙ୍ଗ ବୋଲି ଦାବି କରାଯାଉଛି ତାହା ବାସ୍ତବରେ ଶିବଲିଙ୍ଗ ନା ଅନ୍ୟ କିଛି ତାହା ସହଜରେ ଜଣାପଡ଼ିବ। ଏଥିସହ ‘ଶିବଲିଙ୍ଗ’ର ବୟସ କେତେ ତାହା ମଧ୍ୟ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button