ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ବୁଖାରୀକୁ ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ ରିମାଣ୍ଡରେ ନେବେ

ଭୁବନେଶ୍ଵର : ଓଡ଼ିଶାରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ଵାଟସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଏସଟିଏଫ୍ ଏସପି କହିଛନ୍ତି ବୁଖାରୀ ଏବେ ଜୁଡିସିଆଲ କଷ୍ଟଡିରେ ଅଛି। ତାକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ। ଏସଟିଏଫ୍ ଜମ୍ମୁ ଓ ପଞ୍ଜାବ ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଯୋଗାଯୋଗରେ ରହିଛି। ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଏହାକୁ ଫ୍ରିଜ କରିବା ପାଇଁ ଏଫଆଇୟୁକୁ ଚିଠି ଲେଖାଯାଇଚି। ଏହାଛଡ଼ା ଅନ ଇଉଜୁଆଲ ଅର୍ଥନୈତିକ କାରବାର ସମ୍ବନ୍ଧରେ ତଦନ୍ତ ଚାଲିଛି। ଖୁବ ଶୀଘ୍ର ତା’ର ସ୍ତ୍ରୀମାନଙ୍କ ସହ ଯୋଗାଯୋଗ କରାଯିବ। କଲ ଡିଟେଲ ରେକର୍ଡ ବାହାର କରାଯିବା ସହିତ ଆଇଏସଆଇ ଲିଙ୍କ ନେଇ ମୋବାଇଲ ଫୋନର ରିଟ୍ରାଇଭ କରାଯାଉଛି। ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ ତାକୁ ରିମାଣ୍ଡରେ ନେବେ।

ସୂଚନାଯୋଗ୍ୟ ସୟଦ ଈଶାନ ବୁଖାରୀ ଆତଙ୍କବାଦୀଙ୍କ ଲିଙ୍କ୍‌ରେ ରହୁଥିଲା। ଗୁଇନ୍ଦା ସଂସ୍ଥା ଓ ପୋଲିସ କବଳରୁ ବର୍ତ୍ତିବା ପାଇଁ ପରିଚୟ ଗୋପନ ରଖିବା ସହିତ ନିଜକୁ ଡାକ୍ତର, ପିଏମ୍‌ଓ ଅଫିସ୍‌ ଅଧିକାରୀ, ଆର୍ମି ଅଫିସର ଓ ଏନ୍‌ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା। ସୁନ୍ଦର ଚେହେରା ସାଙ୍ଗକୁ ଶାଣିତ ଇଂରାଜି ଓ ହିନ୍ଦୀ ଭାଷା କହୁଥିବାରୁ କେହି ସନ୍ଦେହ କରିନଥିଲେ। ଭିନ୍ନ ଭିନ୍ନ ରାଜ୍ୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ କରୁଥିଲା ବିବାହ। ଏଭଳି ଜଣେ ସନ୍ଦିଗ୍ଧକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଶନିବାର ଗିରଫ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତା’ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନମ୍ବର ୩୧/୨୩ ରେ ୪୧୯/୪୨୦/୪୬୫/୪୬୭/ ୪୬୮/୪୭୧/୧୨୦ (ବି) ଆଇପିସି ଆର୍‌/ଡବ୍ଲ୍ୟୁ, ଧାରା ୬୬ ସି/୬୬ ଡି ଆଇଟି ଆଇନରେ ଦଫା ଲାଗିଛି।

Leave a Reply

Your email address will not be published. Required fields are marked *

Back to top button