ଶ୍ୱଶୁର ଘରେ ସ୍ତ୍ରୀକୁ ତଣ୍ଟିଚିପି ମାରିଲା ସ୍ୱାମୀ

ବଲାଙ୍ଗିର : ବିବାହାର ସାତ ବର୍ଷ ପରେ ଶ୍ୱଶୁର ଘରେ ପତ୍ନୀ କସ୍ତୁରୀ ସାହୁର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଛି। ଏହି ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କସ୍ତୁରୀ ୭ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। କିନ୍ତୁ ଗାନ୍ଧୀଲାଲ ମଦ ପିଇ କସ୍ତୁରୀଙ୍କୁ ମାରପିଟ କରିବାରୁ ତିନିମାସ ତଳେ ସେ ବାପ ଘର ଫଟାମୁଣ୍ଡାକୁ ଚାଲି ଆସିଥିଲେ। ମାସେ ହେଲା ଗାନ୍ଧୀଲାଲ ଶ୍ୱଶୁର ଘରେ ଆସି ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ ଗାନ୍ଧୀଲାଲ ତଣ୍ଟିଚିପି କସ୍ତୁରୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପ୍ରକୃତ କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button