କେନ୍ଦ୍ରାପଡ଼ା ଅଟୋନୋମସ କଲେଜ୍‌ରେ ନୂଆ ପିଜି ପାଠ୍ୟକ୍ରମକୁ ମଞ୍ଜୁରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅଟୋନୋମସ କଲେଜ୍‌ରେ ନୂଆ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ୫ଟି ବିଷୟ ଯଥା ହିନ୍ଦୀ, ଇଂରାଜୀ, କମ୍ପୁଟର ବିଜ୍ଞାନ, ଗଣିତ ଓ ଉଦ୍ଭିଦ ବିଜ୍ଞାନକୁ ବିଧିବଦ୍ଧ ଦେଇଛନ୍ତି ଅନୁମତି। ପ୍ରତି ବିଷୟରେ ୩୨ଟି ସିଟ ରହିଥିବା ବେଳେ କଳା ବିଭାଗରେ ୬୪ଟି ଅଧିକ ସିଟ୍ ପାଇଁ ସରକାର ମଞ୍ଜୁରୀ ଦେଇଛନ୍ତି।

ଏହିସହିତ ପାଠାଗାର ବିଜ୍ଞାନ (ଲାଇବ୍ରେରି ସାଇନ୍ସ) ଓ ଗୃହ ବିଜ୍ଞାନ (ହୋମ ସାଇନ୍ସ) ପରି କିଛି ନୂଆ ବିଷୟରେ ଏଣିକି ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ନିକଟରେ ଫାଇବ୍‌ଟି ସଚିବ ଭିକେ ପାଣ୍ଡିଆନ୍‌ କେନ୍ଦ୍ରାପଡା ଗସ୍ତରେ ଆସିଥିବ ବେଳେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଜଣାଇଥିଲେ।

ସେହିପରି ପାଣ୍ଡିଆନ୍‌ଙ୍କ ଗସ୍ତ ପରଦିନ କଲେଜକୁ ୨କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହି ଅର୍ଥରେ କଲେଜରେ ଇ-ପାଠାଗାର, ଶୌଚାଳୟ, ସ୍ମାର୍ଟ କ୍ଲାସ୍ ଆଦି ତିଆରି ହେବ ବୋଲି କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି। ସୂଚନାଯୋଗ୍ୟ ଏଠାରେ ପୂର୍ବରୁ ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଥିଲା।

Leave a Reply

Your email address will not be published. Required fields are marked *

Back to top button