ଅନୈତିକ ସଂପର୍କ : ପତ୍ନୀର ପ୍ରେମିକଙ୍କୁ ହତ୍ୟା

ଫିରୋଜାବାଦ୍‌ : ଅନୈତିକ ସଂପର୍କକୁ ନେଇ ହତ୍ୟାକାଣ୍ଡ। ପତ୍ନୀଙ୍କ ସହିତ ଅସଂଯତ ଅବସ୍ଥାରେ ଦେଖିବା ପରେ ପ୍ରେମିକଙ୍କୁ ହତ୍ୟା କରିଛନ୍ତି ମହିଳାଙ୍କ ସ୍ଵାମୀ।

ଖବର ଅନୁଯାୟୀ ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଦର୍ଶନ ସିଂହ ପତ୍ନୀଙ୍କର ପ୍ରେମିକ ରାମବିଳାସ ସିଂହଙ୍କ ସହିତ ଅନୈତିକ ସଂପର୍କ ରହିଥିଲା। ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ ଦର୍ଶନ କ୍ରୋଧ ସମ୍ଭାଳି ପାରି ନଥିଲେ। ପରେ ଯୋଜନା କରି ରାମବିଳାସଙ୍କୁ ହତ୍ୟା କରିଥିଲେ।

ଘଟଣାଦିନ ଦର୍ଶନ ସିଂହ ଯୋଜନା କରି ରାମବିଳାସଙ୍କୁ ଘରକୁ ଡାକିଥିଲେ। ସେ ଘରେ ପହଞ୍ଚିବା ପରେ ଦର୍ଶନ ଓ ତାଙ୍କ ଭାଇ ରାମବିଳାସଙ୍କୁ ହତ୍ୟାକରି କୂଅରେ ଫୋପାଡ଼ି ଦେଇଥିଲେ। ପୋଲିସରେ ଅଭିଯୋଗ ହେବାରୁ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ ହୋଇଥିଲା ଟିମ୍‌। ଖୋଳତାଢ଼ ହେବାରୁ ଜଣାପଡିଥିଲା ଅନୈତିକ ସଂପର୍କ ପାଇଁ ଘଟିଛି ହତ୍ୟାକାଣ୍ଡ। ପୋଲିସ ଏହି ମାମଲାରେ ଦର୍ଶନ ଓ ତାଙ୍କ ଭାଇକୁ ଗିରଫ କରିଛି। ଦର୍ଶନଙ୍କ ପତ୍ନୀ ମଧ୍ୟ ଗିରଫ ହେବେ। ଘଟଣା ଘଟିବା ପରେ ଦର୍ଶନଙ୍କ ପତ୍ନୀ ଫେରାର୍‌ ହୋଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button