ମାସକର ଶିଶୁ ପୁତ୍ରକୁ ମା’ ଟାଙ୍ଗିଆରେ ହାଣିଦେଲା

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇର ବିମଳା ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ମାସକର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ମା’ ଲକ୍ଷ୍ମୀ ଜୁଆଙ୍ଗ। ପୋଲିସ ଶଵ ଜବତ କରିବା ସହିତ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗ ଘରେ ଶୋଇଥିଲେ। ହଠାତ ଛୁଆର କାନ୍ଦ ଶୁଣି ବାହାରକୁ ଆସି ଦେଖିବା ବେଳକୁ କଅଁଳା ଛୁଆକୁ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ୪ ବର୍ଷ ପୂର୍ବେ ଲକ୍ଷ୍ମୀ ପ୍ରଥମ ସନ୍ତାନ ଏକ ବର୍ଷର ଝିଅକୁ ପାଣିରେ ବୁଡାଇ ମାରି ଦେଇଥିଲେ। ସେହି ଅପରାଧରେ ସେ ଜେଲ ଯାଇଥିଲେ। କିଛିଦିନ ତଳେ ଜେଲରୁ ମୁକୁଳିଥିଲେ ଲକ୍ଷ୍ମୀ। ଆଜି ଶିଶୁପୁତ୍ର ମଥାରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ପୋଲିସ ହତ୍ୟାକାରୀ ମା’କୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button