ଅକ୍ଟୋବରରୁ ୫ଟି ରାଶିର ଭାଗ୍ୟ ବଦଳିବ

ଚଳିତବର୍ଷ ଅକ୍ଟୋବର ପହିଲାରୁ ୫ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିବ। ତେଣୁ ଅନେକ ଶୁଭ ଫଳ ମିଳିବ।

ବୃଷ – ରାଜଯୋଗର ସମ୍ଭାବନା ରହିଛି। ସେପ୍ଟେମ୍ବର ମାସରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ନୂତନ କାର୍ଯ୍ୟ ନିମନ୍ତେ ସୁଯୋଗ ପାଇବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ। ଧନ ଜନିତ ସମସ୍ୟା ଦୂର ହେବା ସହିତ ଜୀବନ ସୁଖ ଶାନ୍ତିରେ ଭରିଯିବ।

ମିଥୁନ – ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥିଙ୍କ ସହିତ ସମ୍ପର୍କ ଦୃଢ଼ ହେବ ଓ ପାରିବାରିକ ଜୀବନରେ ସୁଖମାୟ ହେବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତିରୁ ହଠାତ କୌଣସି ଖୁସି ଖବର ମିଳିବାକୁ ଯାଉଛି। ସଫଳତା ପ୍ରାପ୍ତ ସହିତ ଆଗାମୀ ସମୟରେ ଆକସ୍ମିକ ଧନ ଲାଭର ଯୋଗ ରହିଛି।

ସିଂହ – ଜୀବନରେ ଖୁସିର ସମୟ ଆସୁଛି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ମାତା ଲକ୍ଷ୍ମୀଙ୍କ କୃପାରୁ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ। ବ୍ୟବସାୟ କରୁଥିବା ବ୍ୟକ୍ତି ଦୁଇଗୁଣା ଲାଭ ପାଇବେ। ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ଓ ସମାଜରେ ମାନ ସମ୍ମାନର ପ୍ରତିଷ୍ଠା ହେବ।

ତୁଳା – ଭାଗ୍ୟ ସାଥ ଦେବ। ସବୁ କାର୍ଯ୍ୟରେ ସଫଳତା ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ଧନର କୌଣସି ଅଭାବ ରହିବ ନାହିଁ। ଜୀବନରେ ସୁଖ ଓ ଶାନ୍ତି ଲାଭ କରିବେ।

କୁମ୍ଭ – ଶୁଭ ସଂଯୋଗ କାରଣରୁ ଆୟ ବୃଦ୍ଧି ସହିତ ଜୀବନର ସବୁ ସମସ୍ୟା ଦୂର ହେବ। ଜୀବନ ଧନ ଧାନ୍ୟରେ ଭରିଯିବ।

Leave a Reply

Your email address will not be published. Required fields are marked *

Back to top button