ଓଜେଇଇ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ଵର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପରୀକ୍ଷା ଫଳରେ ଆଜି ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୪୮,୮୧୫ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି।

ଖବର ଅନୁୟାଯୀ ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍‌ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ଏମ୍‌ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି।

ସୂଚନଯୋଗ୍ୟ ଓଜେଇଇ ପରୀକ୍ଷା ଗତ ମେ’ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ପ୍ରାୟ ୫୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ଆସନ୍ତା ୨୬ ତାରିଖରୁ ୩୦ ତାରିଖ ଯାଏଁ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ୮ ତାରିଖ ଯାଏଁ ଚାଲିବ।

Leave a Reply

Your email address will not be published. Required fields are marked *

Back to top button