ଲାଲୁ ତନୟ ତେଜ୍‌ ପ୍ରତାପ ଆରଜେଡିରୁ ବହିଷ୍କୃତ

ହାଜୀପୁର : ରାଷ୍ଟ୍ରୀୟ ଜନତା ଦଳରେ କନ୍ଦଳ। ଘର କଳି ଦାଣ୍ଡକୁ ଆସିଲାଣି। ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଅନ୍ତଃକନ୍ଦଳ ଭିତରେ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ। ସେ କହିଛନ୍ତି ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳରେ ନହାନ୍ତି। ସେ ଦଳରୁ ବହିସ୍କୃତ ହୋଇସାରିଛନ୍ତି।

ଦଳ ମଧ୍ୟରେ ଲାଲୁ ପ୍ରସାଦଙ୍କ ଦୁଇ ତନୟ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ଚାଲିଥିବା ବିବାଦନକୁ ଏବେ ବିହାର​‌ରେ ଚର୍ଚ୍ଚା ଜୋର ଧରିଛି। ଏହି ବିବାଦକୁ ନେଇ ଶିବାନନ୍ଦ ତିୱାରୀ କହିଛନ୍ତି ତେଜ୍ ପ୍ରତାପ ଯାଦବଙ୍କୁ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ଦଳର ନିର୍ବାଚନୀ ଚିହ୍ନ ଲଣ୍ଠନ ଚିହ୍ନ ବ୍ୟବହାର କରିବାକୁ ମଧ୍ୟ ତାଙ୍କୁ ଅନୁମତି ନାହିଁ। ଲାଲୁ ଯାଦବଙ୍କ ପରେ ଦଳର ସମସ୍ତ କାର୍ଯ୍ୟଭାର ତେଜସ୍ୱୀଙ୍କ ଉପରେ ନ୍ୟସ୍ତ ହୋଇଛି।

ଶିବାନନ୍ଦଙ୍କ ବୟାନକୁ ନେଇ ବିହାର​‌ରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି। କୁହାଯାଉଛି ତେଜ୍‌ ପ୍ରତାପ ନୂଆ ସଂଗଠନ ତିଆରି କରିଛନ୍ତି। ସେ ପାର୍ଟିରେ ନାହାନ୍ତି, ତେଣୁ ତାଙ୍କୁ ବହିଷ୍କୃତ କରିବା ଆବଶ୍ୟକ ନାହିଁ। ସେ ନିଜେ ଦଳକୁ ବାହାରି ଯାଇଛନ୍ତି। ଆଉ ଯେଉଁ ସଂଗଠନ ତିଆରି କରିଛନ୍ତି ସେଥିରେ ନିର୍ବାଚନୀ ଚିହ୍ନ ଥିବାରୁ ତାଙ୍କୁ ଆରଜେଡିର ଚିହ୍ନ ବ୍ୟବହାର ନକରିବା ପାଇଁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button