ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଓ ବନ୍ଧୁ ଗିରଫ
କୋରାପୁଟ : ଦାମନଯୋଡ଼ି ଟାଟାପାଓ୍ଵାରର କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହେରା ଓ ବନ୍ଧୁ ସଞ୍ଜୟ କୁମାର ପ୍ରଧାନ ଗିରଫ। ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଦୁହିଁଙ୍କୁ ସୁନାବେଡ଼ା ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ସଞ୍ଜୟ ପ୍ରଧାନଙ୍କର ପାରିବାରିକ କଳହ ରହିଥିଲା। ସେଥିପାଇଁ ସେ ତାଙ୍କ ବାପାଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ସଞ୍ଜୟଙ୍କ ପିତା ଥାନାରେ ଅଭିଯୋଗ କରିବାରୁ ସୁନାବେଡ଼ା ପୋଲିସ ସଞ୍ଜୟଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ବନ୍ଧୁକ ସମ୍ପର୍କରେ ପଚାରିବାରୁ ସେ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସରୋଜ ବେହେରାଙ୍କ ନାଁ ନେଇଥିଲେ। ପରେ ପୋଲିସ ସରୋଜଙ୍କ ଠାରୁ ଜୀବନ୍ତ ଗୁଳି ଉଦ୍ଧାର କରିବା ସହ ଗିରଫ କରିଥିଲା।