ଭିଡ଼ିଓରେ ଦେଖନ୍ତୁ : ବୟଫ୍ରେଣ୍ଡ ଫଟୋ ପାଇଁ ଯୁବତୀଙ୍କ ସଂଘର୍ଷ

ନୂଆଦିଲ୍ଲୀ : ବିହାରର ନୱାଦା ସହରର ନଗର ପୋଲିସ ଷ୍ଟେସନ ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଛି ଯୁବତୀ ଏକତ୍ର ହୋଇ ବିଚ୍ ରାସ୍ତାରେ ଜଣେ ନାବାଳିକା ଛାତ୍ରୀଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସହରର ଏକ ବିଦ୍ୟାଳୟ ବାହାରେ ରେକର୍ଡ଼ କରାଯାଇଥିବା କୁହାଯାଉଛି। ଏହି ଘଟଣାରେ ପୀଡିତା ପ୍ରୋଜେକ୍ଟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟରେ ଆବେଦନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁଯାଇ ଛାତ୍ରୀ ଜଣକ ସେଠାକୁ ଇଣ୍ଟର ପାଇଁ ନାମ ଲେଖାଇବା ପାଇଁ ଆସିଥିଲେ ଏବଂ କାମ ସାରି ଘରକୁ ଫେରୁଥିଲେ। ସେ ବାହାରକୁ ବାହାରିବା ମାତ୍ରେ ପାଞ୍ଚ ଜଣ ଝିଅ ତାଙ୍କୁ ଏକାଠି ଆକ୍ରମଣ କରିଥିଲେ। ସେମାନେ ଏହି ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ଯାହାକୁ ଏବେ ଭାଇରାଲ କରି ଦିଆଯାଇଛି। ଦେଖନ୍ତୁ ଭିଡ଼ିଓ:-

ମାଡ଼ ମାରିଥିବା ଯୁବତୀମାନଙ୍କ ମଧ୍ୟରୁ ଜଣେ ନିଜ ପ୍ରେମିକ ସହିତ ଥିବା ବେଳେ ପୀଡ଼ିତା ଏହାର ଫୋଟୋ ଉଠାଇ ତାଙ୍କ ଭାଇକୁ ଦେଖାଇ ଦେଇଥିଲେ। ଏହି କଥାର ପ୍ରତିଶୋଧ ନେବା ପାଇଁ ସେମାନେ ଯୁବତୀଙ୍କୁ ମାଡ଼ ମାରିଥିବା କୁହାଯାଉଛି। ଅନ୍ୟପକ୍ଷରେ ପୀଡିତା ଜଣକ କାହାର ପ୍ରେମିକ ବିଷୟରେ ଜାଣିନଥିବା କହିଛନ୍ତି। ଏଥିସହିତ ମାଡ଼ ମାରିଥିବା ୫ ଝିଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button