ପ୍ରେମ ପ୍ରତାରଣା : ସ୍ୱାମୀକୁ ଚପଲରେ ପିଟିପିଟି ଥାନାରେ ଭର୍ତ୍ତି କଲା ସ୍ତ୍ରୀ

ଭୁବନେଶ୍ୱର : ପ୍ରେମ ବିବାହ କରି ମାତ୍ର ୩ ମାସ ପରେ ସ୍ତ୍ରୀକୁ ପ୍ରତାରଣା ଦେବା ସହ ଫେରାର ହୋଇଯିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ସ୍ତ୍ରୀକୁ ସୁଦୂର ଆନ୍ଦ୍ରପ୍ରଦେଶରେ ଛାଡ଼ି ଆସିଥିଲେ ହେଁ ଯୁବତୀ ଜଣକ ସ୍ୱାମୀକୁ ଖୋଜି ଖୋଜି ରାୟଗଡା ଜିଲ୍ଲାରେ ପହଞ୍ଚି ଯାଇଥିଲେ। ଏଠାରେ ସ୍ୱାମୀକୁ ଠାବ କରିବା ସହ ତାକୁ ପିଟିପିଟି ଥାନାରେ ଜିମା ଦେଇଥିଲେ। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାଇ ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମର ସୁମନ କୁସୁଳିଆ ନାମକ ଜଣେ ଯୁବକ ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ସେଠାରେ କାମ କରୁଥିବା ସମୟରେ ତାଙ୍କର ବେଳସୁରୁ କୁମାରୀ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ସେମାନେ ଏକ ମନ୍ଦିରରେ ବିବାହ କରିବା ସହ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଏକାଠି ରହିଥିଲେ।

କିନ୍ତୁ, ଏହାପରେ ସୁମାନ ନିଜ ସ୍ତ୍ରୀକୁ ସେହିଠାରେ ଛାଡ଼ି ନିଜ ଘର ରାୟଗଡ଼ାକୁ ଚାଲିଆସିଥିଲେ। ସ୍ତ୍ରୀ ବେଳସୁରୁ ବାରମ୍ବାର ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ହେଁ ସୁମାନ ତାଙ୍କୁ ଠକି ଆସୁଥିଲେ। ଶେଷରେ ବେଳସୁରୁ ନିଜ ସ୍ୱାମୀଙ୍କୁ ଖୋଜି ଖୋଜି ରାୟଗଡା ବିଷମକଟକରେ ପହଞ୍ଚି ଯାଇଥିଲେ। ସେଠାରେ ଅଟୋ ଚଳାଉଥିବା ସୁମାନଙ୍କୁ ଦେଖିବା ପରେ ଉତକ୍ଷିପ୍ତ ହୋଇ ଉଠିଥିଲେ ବେଳସୁରୁ। ସର୍ବସମ୍ମୁଖରେ ସ୍ୱାମୀକୁ ପିଟିପିଟି ଥାନାରେ ଭର୍ତ୍ତି କରିବା ସହ ତାଙ୍କ ନାଁରେ ଏତଲା ଦେଇଥିଲେ ଏହି ଯୁବତୀ। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button