ପାଣି ଜାଦୁ, କାଛୁ, କୁଣ୍ଡିଆର ଘରୋଇ ଉପଚାର

ଯାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ଯା ଅନେକଙ୍କ ଠାରେ ଦେଖିବାକୁ ମିଳିଥାଏ । ବିଶେଷ କରି ପାଣି ଯାଦୁ ଅନେକଙ୍କ ହାତ ପାପୁଲିରେ ହୋଇଥାଏ । ତେବେ ଅନେକ କାରଣରୁ ଏହି ସମସ୍ଯା ଦେଖାଦିଏ । ଶରୀରରେ ଭିଟାମିନର ଅଭାବ, ଅତ୍ୟଧିକ ପରିଷ୍କାର ରହିବା ଦ୍ଵାରା ଏହି ସମସ୍ଯା ସବୁ ଭୋଗ କରିବାକୁ ପଡିଥାଏ । ସେଥିପାଇଁ ଆପଣ ଖାଦ୍ଯରେ ପିତାଜାତୀୟ ଜିନିଷ ଅଧିକ ପରିମାଣରେ ସାମିଲ କରନ୍ତୁ । ଏଥିସହିତ ଆଜି ଆମେ ଆପଣଙ୍କ ପାଇଁ କେତୋଟି ଘରୋଇ ଉପଚାର ମଧ୍ୟ ନେଇ ଆସିଛୁ ।

ପ୍ରଥମ ଉପଚାରଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ କିଛି ନିମପତ୍ର ରସ । କିଛି ନିମପତ୍ରକୁ ନେଇ ବହଳିଆ ଭାବେ ବାଟି ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ଓ ଏହାକୁ ଭଲ ଭାବେ ଚିପୁଡି ଛାଣି ସେଥିରୁ ରସ ବାହାର କରିଦିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ହେବ ପାନରେ ବ୍ୟବହାର କରା ଯାଉଥିବା ଖଣ୍ଡେ ଖଇର । ଏହି ଖଇରକୁ ନେଇ ନିମପତ୍ର ରସ ଥିବା ପାତ୍ର ମଧ୍ୟରେ ଭଲ ଭାବେ ଘୋରନ୍ତୁ । ଦେଖିବେ କିଛି ସମୟ ପରେ ଖଇର ତରଳି ନିମରସରେ ମିଶିଯିବ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଉପଚାର । ଏହା ଏକ ପାର୍ଶ୍ଵ ପ୍ରତିକ୍ରିୟା ବିହୀନ ଚମତ୍କାରୀ ଘରୋଇ ଉପଚାର ଅଟେ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଯାଦୁକାଛୁ କୁ-ଣ୍ଡି-ଆ ହୋଇଥିବା ସ୍ଥାନରେ ଭଲ ଭାବେ ଲଗେଇ ଦିଅନ୍ତୁ ଓ ସେହିପରି ରାତିସାରା ଛାଡି ଦିଅନ୍ତୁ । ସକାଳେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଏହିପରି କିଛି ଦିନ ମଧ୍ୟରେ ଆପଣଙ୍କ ଯାଦୁ କିମ୍ବା କାଛୁ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ ।

ଦ୍ଵିତୀୟ ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ହେବ କଞ୍ଚା ହଳଦୀ ଖଣ୍ଡ । କିଛି କଞ୍ଚା ହଲଦୀକୁ ଭଲ ଭାବେ ବାଟି ନିଅନ୍ତୁ ଓ ଏହାକୁ ଏକ ପାତ୍ରରେ ଛାଣି ରସକୁ ଅଲଗା କରିଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ହରିଡା । ଏହା କୌଣସି ତେଜରାତି ଦୋକାନରେ ଆପଣଙ୍କୁ ଅତି ସହଜରେ ମିଳିଯିବ । ହରିଡାକୁ କାଟି ଏହାର ମଞ୍ଜି ବାହାର କରି ଦିଅନ୍ତୁ ଓ ଏହାର ଚୋପାକୁ ପ୍ରସ୍ତୁତ ହଳଦୀ ରସରେ ମିଶାଇ ଦିଅନ୍ତୁ ।

ଏବେ ଏକ ଲୁହା କଡେଇକୁ ଭଲଭାବେ ଗରମ କରନ୍ତୁ ଓ ସେଥିରେ ଏହି ହରିଡା ମିଶ୍ରିତ ହଳଦୀ ରସକୁ ଗରମ କରନ୍ତୁ । ଦେଖିବେ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ ହୋଇଯିବ । ଏହାକୁ ଚୁଲାରୁ ଓହ୍ଲେଇ ଥଣ୍ଡା ହେବା ପରେ ଏହା ଛାଣି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆଉ ଏକ ଉପଚାର । ଏହାକୁ ଆପଣ ଯାଦୁ, କାଛୁ, କୁଣ୍ଡିଆ ଓ ପାଣି ଯାଦୁ ଭଳି ସ୍ଥାନରେ ଲଗାନ୍ତୁ । ଦେଖିବେ ଏହାକୁ ଅଳ୍ପ ଦିନ ବ୍ୟବହାର କରି  ଆପଣଙ୍କୁ ଶହେ ପ୍ରତିଶତ ଫଳାଫଳ ମିଳିବ ।

ଶେଷରେ ଆଉ ଏକ ସହଜ ଘରୋଇ ଉପାୟ ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ ଦରକାର କେବଳ କଞ୍ଚା ଗାଈ କ୍ଷୀର । କିଛି କଞ୍ଚା ଗାଈ କ୍ଷୀରରେ ଏକ ପରିଷ୍କାର କପଡାକୁ ଅଳ୍ପ ବୁଡେଇ ଓଦା କରନ୍ତୁ ସେଥିରେ କାଛୁ କୁଣ୍ଡିଆ ସ୍ଥାନକୁ ହାଲୁକା ଭାବେ ଘଷି ସଫା କରନ୍ତୁ । ଏହିପରି ଦିନକୁ ୩-୪ ଥର କଲେ ଦେଖିବେ ୮ ରୁ ୧୦ ଦିନ ମଧ୍ୟରେ ଆପଣଙ୍କ ଯାଦୁ କାଛୁ କୁଣ୍ଡିଆ ଭଳି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । 

Leave a Reply

Your email address will not be published. Required fields are marked *

Back to top button