ନଟି ପ୍ରିନ୍ସିପାଲ୍ : ଛାତ୍ରୀଙ୍କୁ କହିଲେ- କାଲିଠୁ ବିନା ଡ୍ରେସରେ ସ୍କୁଲ୍ ଆସିବ

ନୂଆଦିଲ୍ଲୀ : କିଛି ଦିନ ତଳେ ସାରା ଦେଶ ଗୁରୁଦିବସ ପାଳନ କରି ଶିକ୍ଷକମାନଙ୍କୁ ସମ୍ମାନିତ କରୁଥିବା ବେଳେ ସ୍କୁଲର ଛାତ୍ରୀମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଜଣେ ଶିକ୍ଷକଙ୍କୁ ହଟହଟା ହେବାକୁ ପଡିଛି। ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ଛାତ୍ରଛାତ୍ରୀମାନେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାକୁ ଓଲ୍ହାଇ ଆସିଛନ୍ତି।

ସୂଚନା ଅନୁଯାଇ ରାଜଗଡ଼ ଜିଲ୍ଲାରେ ଥିବା ମାଚଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା। ଏଠାରେ କରୋନା କଟକଣା ହେତୁ ବହୁତ ଦିନ ପରେ ସ୍କୁଲ ଖୋଲିଥିଲା। ସେହିଦିନ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ରୀ ସ୍କୁଲ ୟୁନିଫର୍ମ ବଦଳରେ ସାଧାରଣ ଡ୍ରେସ ପିନ୍ଧି ଆସିଥିଲେ। ଏହାକୁ ଦେଖି ସ୍କୁଲର ପ୍ରଧାନଶିକ୍ଷକ ରାଧେଶ୍ୟାମ ମାଲବୀୟ ସେମାନଙ୍କୁ,” କଲି ବିନା ଡ୍ରେସରେ ହିଁ ସ୍କୁଲ ଆସିଯିବ, ପୁଅ ପିଲାଙ୍କୁ ତୁମେମାନେ ହିଁ ବିଗାଡୁଛ” ବୋଲି କହିଥିବା ଅଭିଯୋଗ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବାକୁ ଅଭିଭାବକ ଏବଂ ପିଲାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଫଳରେ ଏଥିନେଇ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯିବା ସହ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ଜଣାଯାଇଛି। ପୋଲିସ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇପିସି ଧାରା ୩୫୫ ଏବଂ ୫୦୯ ଆଧାରରେ ଏକ ମାମଲା ରୁଜୁ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରିରଖିଛି।

Leave a Reply

Your email address will not be published. Required fields are marked *

Back to top button