ଅସ୍ୱାଭାବିକ ଋତୁସ୍ରାବ କ’ଣ ଓ ଏହା କାହିଁକି ହୁଏ ?

ଭଗବାନ ଙ୍କର ଏହି ସଂସାର ରେ ମହିଳା ମାନଙ୍କୁ ସେ ଭିନ୍ନ ଢଙ୍ଗରେ ଗଢିଛନ୍ତି। ମହିଳାଙ୍କ ପାଖରେ ଅନ୍ୟ ଏକ ଜୀଵନ କୁ ଏହି ଦୁନିଆଁ କୁ ଆଣିବାର କ୍ଷମତା ରହିଛି। ଯାହାକି ଜଣେ ମହିଳା ଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସ ରେ ଏହି କ୍ଷମତା ଆସିଥାଏ । ଯାହାକୁ ମାସିକ ଋତୁସ୍ରାବ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ସବିଶେଷ ତଥ୍ୟ =

ମାସିକ ଋତୁସ୍ରାବ କଣ ଏହା କାହିଁକି ହୋଇଥାଏ:-

ସାଧାରଣ ଭାବରେ କହିବାକୁ ଗଲେ ମାସିକ ଋତୁସ୍ରାବ ମହିଳା ମାନଙ୍କ ର ଏକ ପ୍ରାକୃତିକ ଗୁଣ ଅଟେ ଯାହା ଜଣେ ମହିଳାଙ୍କ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ ।ଏହା ପ୍ରାୟ ୧୧ ରୁ ୧୩ ବୟସ ମଧ୍ୟରେ ହୋଇଥାଏ, ମାତ୍ର ବର୍ତ୍ତମାନ ଏହା ପ୍ରାୟ ୧୦ ବର୍ଷ ବୟସ ରୁ ମହିଳା ଙ୍କ ପାଖରେ ଦେଖିବାକୁ ମିଳୁଛି। ଏହା ହେବା ଦ୍ବାରା ଝିଅ ଟିର ଶରୀରରେ କେତେକ ପରିବର୍ତ୍ତନ ଦେଖାଯାଏ ଯେପରି କି ମୋଟା ହୋଇଯିବା। ବୈଜ୍ଞାନିକ ଭାଷାରେ, ଝିଅ ମାନଙ୍କ ଶରୀର ରେ ହରମୋନ ର ପରିବର୍ତ୍ତନ ହେଲେ ଋତୁସ୍ରାବ ହୋଇଥାଏ।

ଋତୁସ୍ରାବ ରେ ଅନିୟମିତତା ର କାରଣ:-

ଝିଅ ମାନଙ୍କ ର ଶରୀରରେ ପିଟୁଇଟାରୀ ଓ ହାଇପୋଥାଲାମସ୍ ହରମୋନ ର କ୍ଷରଣ ଏବଂ ଚକ୍ର ଦ୍ବାରା ମହିଳାଙ୍କ ର ପିରିୟଡ୍ସ ହୋଇଥାଏ। ମାତ୍ର ଯେତେବେଳେ ଆପଣଙ୍କ ର ପିରିୟଡ୍ସ ରେ ଅନିୟମିତତା ଦେଖାଯାଏ। ତା ପଛରେ କେତେକ କାରଣ ରହିଥାଏ ଯେପରି କି:-
୧.ମହିଳା ମାନଙ୍କ ର ଖାଦ୍ୟ, ଶୋଇବା ଏବଂ ବ୍ୟାୟମ ର ପ୍ରଭାବରୁ
୨.ଶରୀରରେ ହରମୋନ ର ପରିବର୍ତ୍ତନ
୩.ମାନସିକ ଚାପ ଏବଂ ଏନଯାଇଟି

ପିରିୟଡ୍ସ ସମୟରେ ପେଟ ବ୍ୟଥା ହେବାର କାରଣ:-

ପ୍ରାୟ ଅଧିକାଂଶ ଯୁବତୀ ଙ୍କର ପିରିୟଡ୍ସ ଚାଲିଥିବା ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ଯାହାକୁ ଡ଼ିସମେନରିଆ ବୋଲି କୁହାଯାଏ।ଏହା ଦୁଇ ପ୍ରକାର ହୋଇଥାଏ ଯଥା:- ପ୍ରାଇମେରୀ(ପିରିୟଡ୍ସ ପୂର୍ବରୁ ପେଟ ବ୍ୟଥା ହେବା)ଏବଂ ସେକେଣ୍ଡଡାରୀ ଡ଼ିସମେନରିଆ(ଓଭରିରେ ସମସ୍ୟା ହେଲେ ହେବା) ।ତେବେ ଯୁବତୀ ମାନଙ୍କ ପାଖରେ ପ୍ରାୟ ପ୍ରାଇମେରୀ ଡ଼ିସମେନରିଆ ଦେଖାଯାଇଥାଏ ।ତେବେ ଡାକ୍ତର ଙ୍କୁ ପରାମର୍ଶ କରି ଔଷଧ ସେବନ କରିବା ଉଚିତ।

ପିରିୟଡ୍ସ ସମୟରେ କିପରି ସୁରକ୍ଷିତ ରହିବେ:-

ପିରିୟଡ୍ସ ସମୟରେ ଆପଣ ମାନେ କପଡା ବ୍ୟବହାର କରନ୍ତୁ ନାହିଁ ତା ପରିବର୍ତ୍ତେ ପ୍ୟାଡ଼ ବ୍ୟବହାର କରନ୍ତୁ ଏବଂ ଆବଶ୍ୟକ ଅନୁସାରେ ତାହାକୁ ବଦଳାନ୍ତୁ ମଧ୍ୟ ଗୋଟିଏ ପେଡ ଦିନଯାକ ବ୍ୟବହାର କରିବା ଦ୍ୱାରା ଇଂଫେକସନ ହୋଇଥାଏ। ଏହା ଛଡା ଯୌନାଙ୍ଗ କୁ ପରିଷ୍କାର ରଖନ୍ତୁ ।

Leave a Reply

Your email address will not be published. Required fields are marked *

Back to top button