କେଉଁ କାରଣ ପାଇଁ ହୁଏ କିଡିନ୍ ଫେଲ୍ ?

ମନୁଷ୍ୟ ଶରୀରରେ ୨ ଟି କିଡ୍ନି ରହିଥାଏ । ଏହା ଦେଖିବାକୁ ସିମ୍ବ ମଞ୍ଜି ଭଳି ହୋଇଥାଏ । ଦୁଇଟି କିଡ୍ନି ର ସାଇଜ ସାଧାରଣତ ୯ ରୁ ୧୧ ସେଣ୍ଟିମିଟର ଲମ୍ବ ଏବଂ ୫ ସେଣ୍ଟିମିଟର ତାର ଫିକନେସ । କିଡ୍ନି ଆମ ଶରୀରରେ ବହୁତ କିଛି କାମ କରିଥାଏ । ଆମ୍ଭ ଶରୀରର ବର୍ଜ୍ୟ ବସ୍ତୁ ଯାହା ରହିଅଛି ତାହାକୁ ସେ ନିଷ୍କାସିତ କରିଥାଏ । ଆମ ଶରୀରରେ ଥିବା ସୋଡିୟମ, ପୋଟାସିୟମ, ଫସଫରସ ଇତ୍ୟାଦି କୁ ସନ୍ତୁଳିତ କରିଥାଏ ।

ଆମ୍ଭେ ଯେଉଁ ଜଳ ସେବନ କରୁଅଛୁ ଏହା ତାହାର ପରିମାଣ କୁ ମଧ୍ୟ ସନ୍ତୁଳିତ କରିଥାଏ । ଏହାଛଡା କିଡ୍ନି ର ଆଉ ଏକ ମୁଖ୍ୟ କାମ ରହୁଅଛି, ତାହା ହେଉଛି ସେ ଆମର ରକ୍ତ ତିଆରି କରିବାକୁ ସାହାର୍ଯ୍ୟ କରେ । ଆପଣ ଭାବୁଥିବେ ରକ୍ତ କିଭଳି ତିଆରି କରେ ? ଆମ୍ଭ ଶରୀରରେ ଏକ ହରମୋନ ରିଆରି କରେ ଏହାପରେ ସେହି ହରମୋନ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଏହାଛଡା ଆମ୍ଭର ବ୍ଲଡ଼ପ୍ରେସର କୁ ମଧ୍ୟ କଣ୍ଟ୍ରୋଲ କରେ ।

ଏହାଛଡା ଭିଟାମିନ-D ଯାହା କ୍ୟାଲସିୟମ, ଫସଫରସ,  ଏବଂ ଆମ୍ଭ ହାଡ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । କିଡ୍ନି ଫେଲ ହେବାର ଅନେକ ମୁଖ୍ୟ କାରଣ ମାନ ରହିଅଛି । ସେଥି ମଧ୍ୟରୁ ୧- ଡାଇବେଟିକ୍ସ, ୨- ହାଇ ବ୍ଲଡ଼ ପ୍ରେସର, ୩- ନେଫ୍ରାଇଟିସ, ୪- ଜନ୍ମ ଗତ ରୋଗ, ୫- ତାହା ଆମ୍ଭେ ନିଜେ ମଧ୍ୟତିଆରି କରିଥାଉ ଯଥା ଏଣୁ ତେଣୁ ଔଷଧ ଖାଇବା । ଏହି ସବୁ କାରଣ ନିମନ୍ତେ କିଡ୍ନି ଖରାପ ହୋଇଥାଏ । ଏହାଛଡା ଆମ୍ଭେ ମାନେ ଏସିଡିଟି ଏବଂ ଗ୍ୟାଷ୍ଟିକ ପାଇଁ ଅନେକ ପ୍ରକାରର ଔଷଧ ଖାଉଥାଉ । ଏହାକୁ ଯଦି ଅଧିକ ଦିନ ଖିଆଯିବ ତେବେ କିଡ୍ନି ଫେଲ ହୋଇଥାଏ ।

ପ୍ରାଏ ଅଧିକାଂଶ ଲୋକେ ଜାଣି ପାରନ୍ତି ନାହିଁ ଯେ ତାଙ୍କ ଶରୀରରେ କିଡ୍ନି ରୋଗ ଅଛି ବୋଲି । କିନ୍ତୁ କିଛି କିଛି ଲକ୍ଷଣ ଆପଣଙ୍କ ଶରୀରରେ ଦେଖାଗଲେ ଆପଣ ଜାଣି ପାରିବେ ଯେ ଆପଣଙ୍କ କିଡ୍ନି ସମସ୍ୟା ରହିଅଛି । ଏହିସବୁ ଲକ୍ଷଣ ହେଉଛି ଆମ୍ଭର ଦେହ, ହାତ, ମୁହଁ ଫୁଲିବା, ଦୁର୍ବଳ ଲାଗିବା, କାମରେ ମନ ନ ଲାଗିବା, ଭୋକ ନ ଲାଗିବା, ରାତିରେ ଅଧିକ ଥର ପରିସ୍ରା ହେବା ଏହି ସବୁ ଲକ୍ଷଣ ହେଉଛି କିଡ୍ନି ଖରାପ ର ମୁଖ୍ୟ ଲକ୍ଷଣ । କିଡ୍ନି ରୋଗରେ ଆପଣ ଅଧିକ ପଣି ମଧ୍ୟ ସେବନ କରି ପାରିବେ ନାହିଁ । ଯଦି ସେବନ କରନ୍ତି ତେବେ ବ୍ଲଡ଼ପ୍ରେସର ଅଧିକ ବଢିପାରେ । ଆପଣ ଡାକ୍ତର ଙ୍କ ପାଖରେ ପରାମର୍ଶ କଲେ ଆପଣଙ୍କୁ ଏହାର ପ୍ରତିକାର ମିଳିବ । କିଡ୍ନି ସଂପୂର୍ଣ୍ଣ ଭାବରେ ନଷ୍ଟ ହେବା ପରେ ଆମ୍ଭକୁ ଯେଉଁ ଯେଉଁ ଚିକିତ୍ସ୍ୟା ଦରକାର ତାହା ମଧ୍ୟରୁ ଗୋଟିଏ ହେଉଛି ଡାଇଲେସିସ ଅଥବା କିଡ୍ନି ଟ୍ରାନ୍ସପ୍ଲାଲେସନ । ଯଦି ଆପଣଙ୍କ କିଡ୍ନି କୁ ସଠିକ ରଖିବା ନିମନ୍ତେ ଆପଣ ଉଚିତ ଆହାର ସହିତ ମେଡିଟେସନ ମଧ୍ୟ କରନ୍ତୁ । ଏହା ଆପଣଙ୍କ ନିମନ୍ତେ ଲାଭ ଦାୟକ ହେବ

Leave a Reply

Your email address will not be published. Required fields are marked *

Back to top button