ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ

ନୂଆଦିଲ୍ଲୀ : ଦୁଷ୍କର୍ମର ପ୍ରତିଶୋଧ ଗଣଦୁଷ୍କର୍ମରେ । ମଧ୍ୟ ପ୍ରଦେଶର ରିୱା ଜିଲ୍ଲାର ଗଡ଼ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣାଟି ଘିଟିଛ। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ ପୀଡ଼ିତାଙ୍କର ଦୁଇ ଭାଇ । ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ , ଜଣେ ନାବାଳିକାଙ୍କ ସହ ୭ ମାସ ପୂର୍ବେ ଏହି ନୃଶଂସକାଣ୍ଡ  ଘଟିଥିଲା । ଏବେ ଅଭିଯୁକ୍ତଙ୍କର ୧୬ ବର୍ଷିୟା ଭଉଣୀ ପୀଡ଼ିତାଙ୍କ ୨ ଭାଇଙ୍କ ଉପରେ ଗଣଦୁଷ୍କର୍ମର ଅଭିଯୋଗ କରି ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନାବାଳିକା ଥାନାରେ ଏତଲା ଦେଇ କହିଛନ୍ତି ଘରେ ଜୋରଜବରଦସ୍ତ ପଶି ଦୁଇ ଭାଇ ତାଙ୍କ ସହ ଏହି ଘୃଣ୍ୟ କାଣ୍ଡ କରିଛନ୍ତି। ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇ ଯାଇଥିଲେ । ସେହି ସମୟରେ ସେ ଘରେ ଏକୁଟିଆ ଥିଲେ । ପୁଲିସ୍ ସାମୂହିକ ଦୁଷ୍କର୍ମ ର ମାମଲାରେ ପକ୍ସୋ ଆକ୍ଟ ସହ ଅନ୍ୟ ଧାରା ଅନୁସାରେ ଅପରାଧ ପଞ୍ଜିକୃତ କରିଛନ୍ତି ।  

ପ୍ରାରମ୍ଭିକ ତଦନ୍ତରେ ଏହା ପ୍ରତିଶୋଧ ଭାବନାରେ ହୋଇଥିବା ଦୁଷ୍କର୍ମ ବୋଲି କୁହାଯାଉଛି । ୭ମାସ ପୂର୍ବେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା , ଯାହାର ଅଭିଯୁକ୍ତ ଏବେ ଜେଲ୍‌ରେ । ପୁଲିସ୍‌ ଏବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନେ ସ୍ଥାନେ ଚଢ଼ଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Back to top button