ସ୍ୱପ୍ନ ଦ୍ୱାରା ମୃତ ଲୋକ ଦିଅନ୍ତି ଏହି ୩ ସଂକେତ

ସାଧାରଣତଃ ଆମେ ମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥାଉ। ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆମେ କରୁଥିବା ପ୍ରାୟ ସବୁ ଗତିବିଧି ର କିଛି ନା କିଛି ଅର୍ଥ ନିଶ୍ଚିତ ରହିଥାଏ। ସେହିପରି ଆମେ ଦେଖୁଥିବା ସ୍ୱପ୍ନ କୁ ନେଇ ଏହା କଣ ଇଙ୍ଗିତ କରୁଛି ତାହା ପୂର୍ବାନୁମାନ କରାଯାଇ ପାରିଥାଏ।

ଧ୍ୟାନ ରଖନ୍ତୁ ଯଦି ଆପଣ ସୋଇଥିବା ଅବସ୍ଥାରେ କୌଣସି ବାହାର ଲୋକଙ୍କର ମୃତ୍ୟୁ କୁ ନେଇ ସ୍ୱପ୍ନ ଦେଖିଛନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହା ଆପଣଙ୍କ ଏବଂ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଏକ ଶୁଭ ସଂକେତ ଅଟେ। ଏହିପରି ସ୍ୱପ୍ନ ଦେଖିବା ଆପଣଙ୍କ ପ୍ରିୟଜନଙ୍କ ସୁସ୍ଥ ସ୍ୱାସ୍ଥ୍ୟ କୁ ଇଙ୍ଗିତ କରିଥାଏ।

ସେହିପରି ଯଦି ଘରେ କୌଣସି ପରିଜନଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କୁ ଆପଣ ସ୍ୱପ୍ନରେ ଭଲରେ ଥିବା ଦେଖୁଛନ୍ତି ତେବେ ଭାବି ନିଅନ୍ତୁ ଯେ ତାଙ୍କର ପୁନର୍ବାର ଜନ୍ମ ହୋଇସାରିଛି ଏବଂ ସେ ସୁସ୍ଥ ଏବଂ ଖୁସିରେ ଅଛନ୍ତି।

ସେହିପରି ଯଦି ମୃତକ ପରିଜନ ଜଣକ ଆପଣଙ୍କ ସ୍ୱପ୍ନରେ ଆସନ୍ତି ଏବଂ ସ୍ୱପ୍ନରେ ସେ କଷ୍ଟ ଏବଂ ପୀଡ଼ା ରେ ଥିବା ପରି ଲାଗୁଛନ୍ତି ତେବେ ଏହା ତାଙ୍କର କୌଣସି ଅଧୁରା ଇଚ୍ଛା ପୂରଣ ହୋଇନଥିବା କୁ ନେଇ ସଂକେତ ଦେଇଥାଏ। ତେଣୁ ଏହାପରେ ତାଙ୍କର ଅଧୁରା ଇଚ୍ଛା କୁ ପୂରଣ କରିବାକୁ ଯଥା ଶୀଘ୍ର ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button