ଭିଡିଓରେ ଦେଖନ୍ତୁ : ମହିଳା କନଷ୍ଟେବଲଙ୍କ ଦବଙ୍ଗଗିରି

ନୂଆଦିଲ୍ଲୀ : ଅନେକ ସମୟରେ ସଉକ ପାଇଁ ଆମେ ବସି ବସି ଅନେକ ପ୍ରକାର ଭିଡିଓ ବନେଇ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଥାଉ । କିନ୍ତୁ କେବେ କେବେ ଏଥିପାଇଁ ଆମକୁ ଟ୍ରୋଲ କରାଯିବା ସହ କେତେକ ସମସ୍ଯାର ସମୁଖୀନ ହେବାକୁ ମଧ୍ୟ ପଡିଥାଏ । ଏହିପରି ଏକ ଘଟଣା ଘଟିଛି ୟୁପିର ଜଣେ ପୋଲିସ କନଷ୍ଟେବଳ ପ୍ରିୟଙ୍କା ମିଶ୍ରଙ୍କ ସହ । ଏକ ଭିଡିଓ ବନେଇ ସେ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ କିନ୍ତୁ । ଏହି ଭିଡିଓ ବନେଇବା ତାଙ୍କ ପାଇଁ ଭାରି ପଡିଛି ।

ଭିଡିଓ ସେ ନିଜ ୟୁନିଫର୍ମ ପିନ୍ଧି ବନେଇଥିଲେ । ଆଉ ହାତରେ ପିସ୍ତଲ ଧରି ଏକ ଡାଇଲଗରେ କେବଳ ଲିପ୍ସିଙ୍ଗ ମଧ୍ୟ କରିଥିଲେ । କିନ୍ତୁ ଭିଡିଓ ବନେଇବା ପରେ ତାଙ୍କୁ ସମସ୍ତେ ଖୁବ ଟ୍ରୋଲ କରିଛନ୍ତି ଓ ଅନେକ ପ୍ରକାର କଥା ମଧ୍ୟ କମେଣ୍ଟ ମାଧ୍ୟମରେ କହିଛନ୍ତି । ଯାହା ଫଳରେ ପୋଲିସ ବିଭାଗକୁ ଏଥିପାଇଁ ତାଙ୍କ ଉପରେ ଆକ୍ସନ ନେବାକୁ ପଡିଛି । ଫଳସ୍ଵରୂପ ତାଙ୍କୁ ପୁଣି ଠାରେ ଲାଇନ ହାଜିର କରିଦିଆ ଯାଇଛି । ଏଥିପାଇଁ ମଧ୍ୟ ଲୋକେ ତାଙ୍କୁ ଜମେଇକି ଟ୍ରୋଲ କରିଛନ୍ତି ।

ପ୍ରିୟଙ୍କାଙ୍କ କହିବା ଅନୁସାରେ ତାଙ୍କର ଅଭିନୟ ମଧ୍ୟ ରୁଚି ରହିଛି । ସେ ନିଜ ଅବସର ସମୟରେ ଅନେକ ଭିଡିଓ ବନେଇ ପୋଷ୍ଟ କରନ୍ତି ଓ ଏହା ତାଙ୍କୁ ଖୁବ ଭଲ ଲାଗେ । କିନ୍ତୁ ତାଙ୍କୁ ୟୁନିଫର୍ମ ପିନ୍ଧି ପିସ୍ତଲ ଧରି ଭିଡିଓ ବନେଇବାକୁ ନେଇ କୌଣସି ଜ୍ଞାନ ନଥିଲା । ତାଙ୍କ ପରିବାର ବ ସାଙ୍ଗସାଥିରେ ମଧ୍ୟ କେହି ପୋଲିସ କିମ୍ବା ଆର୍ମୀ ବ୍ୟାକଗ୍ରାଉଣ୍ଡର ନାହାନ୍ତି । ଏହି ଭିଡିଓ ପୋଷ୍ଟ ହେବା ପରେ ତାଙ୍କୁ ଖୁବ ଟ୍ରୋଲ କରିଥିଲେ ଲୋକେ । ଏପରିକି ପୋଲିସ କାର୍ଯ୍ୟକୁ ବଦନାମ କରିଥିବା କଥା ମଧ୍ୟ କହିଥିଲେ । ଭିଡିଓଟି ଖୁବ ଭାଇରାଲ ହୋଇଥିଲା । ଯାହାଫଳରେ ତାଙ୍କୁ ଆଗ୍ରାର ଥାନାରୁ ହଟେଇ ଲାଇନ ହାଜିର କରାଯାଇଛି । ସେ ଏଥିପାଇଁ ଲୋକଙ୍କ ଚିନ୍ତାଧାରାକୁ ଦାୟୀ କରିଛନ୍ତି । କିନ୍ତୁ ତାଙ୍କୁ ଡିପାର୍ଟମେଣ୍ଟ ଉପରେ କୌଣସି ଅଭିଯୋଗ ନାହିଁ । ସେ ଏଥିପାଇଁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button