ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ : SRC

ଭୁବନେଶ୍ୱର : ଦିନ ୪ଟା ସୁଦ୍ଧା ଗୋପାଳପୁର ଠାରୁ ୯୦ କିମି ଦୁରରେ ଥିଲା, ଆଶା କରାଯାଉଛି ବିଳମ୍ବିତ ସଂଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ । ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ । ୮୫ରୁ ୯୫ କିମି ବେଗରେ ପବନ ବୋହିବ ଓଡିଶାରେ । ଧୀରେ ଧୀରେ ପବନର ବେଗ କମିବ । ଏହାପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର ସମ୍ଭାବନା । କୋରାପୁଟ, ରାୟଗଡା, ଗଜପତିରେ ଆସନ୍ତାକାଲି ପ୍ରଭାବ ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି  ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ । ବଡ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ଆଲୋଚନା ହୋଇଛି । ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି । କେବଳ ପାରଦ୍ବୀପରେ ଗୋଟିଏ ବୋଟ୍ ଖରାପ ଅଛି, କୋଷ୍ଟ ଗାର୍ଡ ଉଦ୍ଧାର କରୁଛି ।

ଏସଆରସିଙ୍କ ପକ୍ଷରୁ ଅନୁରୋଧ , ସେ ଆଜି ସଂଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ । ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ଫସିବାର ସମ୍ଭାବନା ଅଛି । ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ । ଯାତାୟତ କରନ୍ତୁ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button