ମହୁଆ ମୈତ୍ର ହେଲେ ଟିଏମସି ଜିଲ୍ଲା ସଭାପତି

କୋଲକାତା : ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ନୂଆ ଦାୟିତ୍ଵ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛନ୍ତି। କୃଷ୍ଣନଗର ମହୁଆଙ୍କ ଲୋଭସଭା ନିର୍ବାଚନ ମଣ୍ଡଳୀ।

ଖବର ଅନୁଯାୟୀ ନୂଆ ଦାୟିତ୍ଵ ମିଳିବା ପରେ ସାଂସଦ ମହୁଆ ମୈତ୍ର ଏକ୍ସରେ ଏକ ପୋଷ୍ଟକରି ଲେଖିଛନ୍ତି ମୋତେ କୃଷ୍ଣନଗର (ନଦିଆ ଉତ୍ତର)ର ଜିଲ୍ଲା ସଭାପତି ନିଯୁକ୍ତ କରିଥିବାରୁ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଧନ୍ୟବାଦ। କୃଷ୍ଣନଗରବାସୀଙ୍କ ପାଇଁ ଦଳ ସହ ସବୁବେଳେ କାମ କରିବି ବୋଲି ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button