କ୍ୟାପିଟାଲ ହସ୍ପିଟାଲରେ ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ ବିନା ହୋଇପାରିବନି ଏମଆରଆଇ ଓ ସିଟି ସ୍କାନ୍‌

ଭୁବନେଶ୍ଵର : ରାଜଧାନୀ ବୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ଏଣିକି ଏମଆରଆଇ କିମ୍ବା ସିଟି ସ୍କାନ୍‌ ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବ ନାହିଁ। ହସ୍ପିଟାଲର ଉପ ନିର୍ଦ୍ଦେଶକ ଧନଞ୍ଜୟ ଦାସ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ଦାସ କହିଛନ୍ତି କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନେ ବିନା ପ୍ରେସକ୍ରିପ୍ସନ୍‌ ଯାଞ୍ଚରେ ଟେଷ୍ଟ କରାଇ ପାରିବେ ନାହିଁ। ମାଗଣାରେ ଟେଷ୍ଟ କରିବା ପାଇଁ ରୋଗୀ ନକଲି ପ୍ରେସକ୍ରିପ୍ସନ୍ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କିଛି ଦଲାଲ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠୁ ଟଙ୍କା ନେଇ ଆବଶ୍ୟକ ନଥିଲେ ମଧ୍ୟ ପ୍ରାଇଭେଟ ଡାକ୍ତରଙ୍କ ପ୍ରେସକ୍ରିପସନରେ କ୍ୟାପିଟାଲ ହସ୍ପିଟାଲ ଆସି ଟଙ୍କା ଦେଇ ଏମଆରଆଇ କିମ୍ବା ସିଟି ସ୍କାନ୍‌ କରାଇ ଦେଉଥିଲେ। ଦଲାଲଙ୍କୁ ସାବାଡ଼ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଏହି ନୂଆ ନିୟମ କରିଛି।

Leave a Reply

Your email address will not be published. Required fields are marked *

Back to top button