ମଣିପୁରରେ ପୁଣି ହିଂସା : ୧୦୦ ଘରେ ନିଆଁ ଲଗାଇଦେଲେ ଉପଦ୍ରବୀ

ନୂଆଦିଲ୍ଲୀ : କିଛିଦିନର ଶାନ୍ତ ବାତାବରଣ ପରେ ପୁଣି ଅଶାନ୍ତ ହୋଇଛି ମଣିପୁର। ସୃଷ୍ଟି ହୋଇଛି ହିଂସାକାଣ୍ଡ, ପୋଡାଜଳା ଓ ମାଡପିଟ୍ ପରିସ୍ଥିତି। ରବିବାର କାକାଚିଂଗ ଜିଲ୍ଲା ସେରୋ ଗାଁରେ ଉପଦ୍ରବୀମାନେ ୧୦୦ ଘରେ ନିଆଁ ଲଗାଇଦେଇଛନ୍ତି।

ଖବର ଅନୁଯାୟୀ ଉପଦ୍ରବୀମାନେ ନିରୀହ ଲୋକ ଓ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ନେତା ଓ ମନ୍ତ୍ରୀଙ୍କ ଘରେ ଲଗାଇ ଦେଇଛନ୍ତି ନିଆଁ। ଯାହାଫଳରେ ରାଜ୍ୟ ମଧ୍ୟକୁ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିପାରୁନି। ଉପଦ୍ରବୀମାନେ ମାଲବୋଝେଇ ଟ୍ରକକୁ ରୋକିବା ଯୋଗୁଁ କଳାବଜାରୀ ଆରମ୍ଭ ହୋଇଛି। ଫଳରେ ୩୦ଟଙ୍କା ମୂଲ୍ୟର ଚାଉଳ ୭୦ ଟଙ୍କାରେ ବିକ୍ରି ହେଉଛି।
ପେଟ୍ରୋଲ ଲିଟର ୨୦୦ ଟଙ୍କାର ଅଧିକ ହୋଇଥିବା ବେଳେ ପନିପରିବା ମୂଲ୍ୟ ଦୁଇଗୁଣ ହୋଇଯାଇଛି। ମିଳୁନାହିଁ ଜୀବନ ରକ୍ଷାକାରୀ ଔଷଧ। ସେଥିପାଇଁ ରାସ୍ତା ଅବରୋଧ ହଟାଇବାକୁ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଉପଦ୍ରବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଉପଦ୍ରବୀ ଭୟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିିଥିଲୋ। ଉପଦ୍ରବୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ହେଁ ମଣିପୁର ହିଂସାରେ ସୁଧାର ଆସିପାରୁନାହିଁ।

Leave a Reply

Your email address will not be published. Required fields are marked *

Back to top button