ସିଦ୍ଦରମେୟାଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ : ୨୪ ନୂଆ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ସିଦ୍ଦରମେୟାଙ୍କ କ୍ୟାବିନେଟ୍‌ ଆଜି ସମ୍ପ୍ରସାରଣ ହୋଇଛି। ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ୨୪ଜଣ ବିଧାୟକ ନୂଆମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ଶନିବାର ମନ୍ତ୍ରୀଭାବେ ଶପଥ ନେଇଥିବା ବିଧାୟକମାନଙ୍କ ମଧ୍ୟରେ ଦୀନେଶ ଗୁଣ୍ଡୁ ରାଓ, କ୍ରିଷ୍ଣା ବୈରେ ଗୌଡ଼ା, ଈଶ୍ଵର ଖାନ୍ଦ୍ରେ, ରହୀମ୍‌ ଖାଁ, ସନ୍ତୋଷ ଲାଡ୍‌, କେ. ଏନ୍‌. ରାଜନ୍ନା, କେ. ଭେଙ୍କଟେଶ, ଏଚ୍‌.ସି. ମହାଦେବାପ୍ପା, ବୈରତି ସୁରେଶ, ଶିବରାଜ ତଙ୍ଗଡ଼ି, ଆର୍‌. ବି. ତିମ୍ମପୁର, ବି. ନଗେନ୍ଦ୍ର, ଲକ୍ଷ୍ମୀ ହେବ୍ବାଲକାର୍‌, ମଧୁ ବାଙ୍ଗରପ୍ପା, ଡି. ସୁଧାକର, ଚେଲୁବାରାୟ ସ୍ଵାମୀ, ମନକୁଲ ବୈଦ୍ୟ ଓ ଏମ୍‌. ସି. ସୁଧାକର ରହିଛନ୍ତି। ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରଥମ ବିଧାୟକ ହୋଇଥିବା ୯ଜଣ ଓ ଜଣେ ମହିଳା ବିଧାୟିକା। ୬ଜଣ ଭୋକ୍କାଲିଗା ଓ ୮ଜଣ ଲିଙ୍ଗାୟତ ନେତା। ସେହିପରି, ଅନୁସୂଚିତ ଜାତିରୁ ୩ଜଣ, ଅନୁସୂଚିତ ଜନଜାତିରୁ ୨ଜଣ ଓ ଅନ୍ୟାନ୍ୟ ପଛୁଆବର୍ଗରୁ ୫ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି।

ନିୟମାନୁସାରେ କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଡି. କେ‌. ଶିବକୁମାରଙ୍କ ସମେତ ୧୦ଜଣ ମେ’ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button