ବ୍ରହ୍ମପୁରରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ

ବ୍ରହ୍ମପୁର : ହଳଦିଆପଦର ନିକଟ ରାଳବ ରୋଡ଼ରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ। ସେଠାରୁ ପ୍ରାୟ ୨୦୦ ଲିଟର୍‌ ତେଲ ଜବତ ହୋଇଛି। ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୋଲିସ ତାହାର ତଦନ୍ତ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ଅନୁଯାୟୀ ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ଼ସ୍ଥିତ ଏକ ଭଡ଼ାଘରେ କିଛି ସାମଗ୍ରୀ ଅପମିଶ୍ରଣ କରି ବଜାରକୁ ଛଡ଼ା ଯାଉଥିବା ସୂଚନା ମିଳିଥିଲା। ଖବର ପାଇ ଟ୍ରେନିଂ ଆଇପିଏସ୍‌ ଅଙ୍କିତ ବର୍ମା ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଘର ଭିତରକୁ ଯାଇ ଯାଞ୍ଚ କରିବା ପରେ ସେଠାରେ ଇଞ୍ଜିନ୍‌ ତେଲ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button