ବିବାଦ ପରେ କୋଇଡା ବିଡିଓ ବଦଳିଲେ

ସୁନ୍ଦରଗଡ଼ : କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କର ସମ୍ବଲପୁର ଜିଲ୍ଲାକୁ ବଦଳି ହୋଇଛି। ସ୍ଥାନୀୟ ତହସିଲଦାରଙ୍କୁ ଦିଆଯାଇଛି ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଦାୟିତ୍ଵ।

ଖବର ହେଲା କୋଇଡା ବ୍ଲକର ବିଡ଼ିଓ ଭାବେ ପଲ୍ଲବୀ ରାଣୀ ରାଜ ତିନିବର୍ଷରୁ ଅଧିକ କାର୍ଯ୍ୟ କରିଥିଲେ ହେଁ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ପାଣ୍ଠିକୁ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଅଭିଯୋଗ ତାଙ୍କ ନାମରେ ରହିଥିଲା। ତେଣୁ ବିଧାୟକଙ୍କ ନେତୃତ୍ୱରେ ସିପିଆଇଏମର ହଜାର ହଜାର କର୍ମୀ ବିଡ଼ିଓଙ୍କ ବଦଳି ଦାବିରେ ସାତଦିନ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ବିଡ଼ିଓଙ୍କ ବଦଳି ଦାବିରେ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଥିଲେ।।

କେବେଳ ସେତିକି ନୁହେଁ କିଛିଦିନ ତଳେ ବିଡ଼ିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟର୍ସରେ ପଶି ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ। ବିଡ଼ିଓଙ୍କ ଅଭିଯୋଗ ଆଧାରରେ ତାଙ୍କ ବାପାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button